ପରୀକ୍ଷା ଚାଲିଥିବା ବେଳେ ଅସୁସ୍ଥ ହୋଇ ଛାତ୍ରୀଙ୍କ ମୃତ୍ୟୁ

କୋଲନରା,୧୭ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ବଡ଼ଖିଲାପଦର ଆଶ୍ରମ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବାବେଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ପିଙ୍କି ହିକ୍‌କା(୧୩)।
ସୂଚନା ଅନୁଯାୟୀ, ପିଙ୍କିଙ୍କ ଘର ନିକଟସ୍ଥ କୁସୁମପୁର ପଞ୍ଚାୟତର କଣାବାଇ ଗ୍ରାମରେ। ସେ ବଡ଼ଖିଲାପଦର ସ୍କୁଲରେ ପଢ଼ୁଥିଲେ। ୭ମ ଶ୍ରେଣୀର ପରୀକ୍ଷା ଚାଲିଥିବାବେଳେ ପିଙ୍କି ଅନ୍ୟ ପିଲାଙ୍କ ଭଳି ପ୍ରଥମ ସିଟିଂ ପରୀକ୍ଷା ଦେଇଥିଲେ। ଦ୍ୱିତୀୟ ସିଟିଂ ପରୀକ୍ଷା ଦେବା ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକ ନବୀନ ପାତ୍ର ଏବଂ ସ୍କୁଲର ଅନ୍ୟ ଶିକ୍ଷକମାନେ ତାଙ୍କୁ କୋଲନରା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପିଙ୍କିଙ୍କ ରକ୍ତଚାପ କମ୍‌ ରହିବା ସହ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେଉଥିଲା। ପଲ୍‌ସ ରେଟ୍‌ ମଧ୍ୟ କମିଯାଇଥିଲା। ଏହା ଅନୁଯାୟୀ ଡାକ୍ତର ସମୀର କୁମାର ରଥ ତାଙ୍କର ଚିକିତ୍ସା ଚଳାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏ ନେଇ ପିଙ୍କିଙ୍କ ବାପା ମଣି ହିକ୍‌କା ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବଲାଙ୍ଗୀର,୨୩ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ରାସ୍ତା ଖର୍ଲିକାନି ଛକରେ ଶନିବାର ଏକ ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ନିକଟସ୍ଥ...

ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି/ପାଟପୁର,୨୩।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ପୋଡ଼ାମାରି ଗ୍ରାମର ଅଜୟ ଗୌଡ଼ଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ...

ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ମିଲରଙ୍କ କହିଲେ…

ଭୁବନେଶ୍ୱର,୨୩।୧୧: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମିଲରଙ୍କୁ ତାଗିଦ୍‌ କଲେ ମନ୍ତ୍ରୀ। ମନ୍ତ୍ରୀ ପାତ୍ର କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ...

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା

ଭବାନୀପାଟଣା,୨୩।୧୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍‌ ଓ କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଚେସ୍‌...

ଆଇଆଇଏମ୍‌ ସମ୍ବଲପୁରରେ ମନୋନୀତ ହେଲା କଳାହାଣ୍ଡିର ଷ୍ଟାର୍ଟଅପ୍‌ ଇନ୍‌କ୍ୟୁବେଶନ

ଭବାନୀପାଟଣା,୨୩।୧୧ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାର ଏକମାତ୍ର ଷ୍ଟାର୍ଟଅପ ଟ୍ରେଡିଫ୍ରେସେଲଦି ପ୍ରାଇଭେଟ ଲିମିଟେଡ ସମ୍ବଲପୁର ଆଇଆଇଏମ୍‌ରେ ଇନ୍‌କ୍ୟୁବେଶନ ପାଇଁ ମନୋନୀତ ହୋଇଛି ।...

‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବାଦ୍‌ ପଡ଼ିଲେ….

ଭୁବନେଶ୍ୱର,୨୩।୧୧: ‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଥିବା...

ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଜେଲ୍‌ ଗଲେ ବବି ଦାସଙ୍କ ଭାଇ

ଯାଜପୁର,୨୩।୧୧: ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ଆଜି...

ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ ଆରମ୍ଭ

ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍‌ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ରେଜିଷ୍ଟ୍ରେସନ ସରିଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri