ଗରମ ଡ଼ାଲି ପଡ଼ି ଛାତ୍ର ମୃତ୍ୟୁ: ୨ ଅଧିକାରୀ ନିଲମ୍ବିତ

ଟେନସା,୧୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଡେଙ୍ଗୁଲା ସ୍କୁଲ ରୋଷେଇ ଘରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ମାମଲାର  କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗଙ୍କୁ ନିଲମ୍ବିତ କରିବା ସହ ହେଡକ୍ୱାର୍ଟର୍ସ ଛାଡ଼ି ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କୋଇଡା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରିବା ସହ ହେଡକ୍ୱାର୍ଟର୍ସ ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏ ନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଅନ୍ୟପଟେ ଜିଲା ମଙ୍ଗଳ ଅଧିକାରୀଙ୍କ ଏତଲା କ୍ରମେ କୋଇଡା ପୋଲିସ ବିଦ୍ୟାଳୟର ରୋଷେୟା କାର୍ତ୍ତିକ ନାଏକଙ୍କୁ ଗିରଫ କରିଛି।

Share