ଭୁବନେଶ୍ୱର,୧୯।୯(ବ୍ୟୁରୋ): ବର୍ଷାପାଣିରେ ଖୋଲା ଡ୍ରେନରେ ରବିବାର ଅପରାହ୍ନରେ ଜଣେ ୧୫ ବର୍ଷୀୟ ଛାତ୍ର ଭାସିଯାଇଛନ୍ତି। ସେହି ଛାତ୍ର ଜଣଙ୍କ ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର ବୋଲି ଜଣାପଡିଛି। ସାଇକେଲରେ ଟ୍ୟୁସନ ଯିବା ସମୟରେ ଏଭଳି ଘଟିଥିବା ସୂଚନା ମିଳିଛି। ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି। କିନ୍ତୁ ଏଯାଏ କୌଣସି ସନ୍ଧାନ ମିଳିପାରିନାହଁି।