ମାଇଁମାମୁଙ୍କ ସହ ବୁଲିବାକୁ ଆସି ଭାସିଗଲେ ବଙ୍ଗୀୟ ଛାତ୍ର

ଭୋଗରାଇ, ୧୭।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ସମୁଦ୍ରକୂଳରେ ଶୁକ୍ରବାର ଗାଧୋଉଥିବା ବେଳେ ଭାସିଯାଇ ପଶ୍ଚିମବଙ୍ଗ ନଦୀଆ ଜିଲା କଲ୍ୟାଣୀ ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ର ସାଗ ଧାଲିଙ୍କ(୧୬) ମୃତ୍ୟୁ ଘଟିଛି।

ସେ ତାଙ୍କ ମାଇଁମାମୁଙ୍କ ସହିତ ବୁଲିବାକୁ ଆସିଥିଲେ। ମାମୁ ଜନୀଗୋପାଳ ଘୋଷଙ୍କ ସହିତ ସେ ଗାଧୋଇବା ପାଇଁ ସମୁଦ୍ରରେ ପଶିଥିଲେ। ସମୁଦ୍ର ଉତ୍ତାଳ ଥିବାରୁ ସାଗ ଭାସିଯାଇଥିଲେ। ପାଖରେ ଥିବା ପର୍ଯ୍ୟଟକମାନେ ତାଳସାରୀ ମେରାଇନ୍‌ ଥାନା ପୋଲିସକୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ହେଲେ ପୋଲିସ ନୀରବଦ୍ରଷ୍ଟା ସାଜିବାରୁ ତୁରନ୍ତ ଦୀଘା ପୋଲିସକୁ ଖବର ଦିଆଯାଇଥିଲା। ସେଠାରୁ ନୋଳିଆମାନେ ଆସି ତାଙ୍କୁ ଉଦ୍ଧାର କରି ଦୀଘା ହସ୍ପିିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ସାଗଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।