ୟୁଟ୍ୟୁବ୍‌ରୁ ୨୧୭ କୋଟି କମାଇଲେ ଛାତ୍ରୀ

ନ୍ୟୁୟର୍କ, ୨୯ା୧୨: ଆମେରିକାର ଜଣେ ୯ ବର୍ଷୀୟା ଛାତ୍ରୀ ରିୟାନ କାଜି ଚଳିତ ବର୍ଷ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରୁ ୨୧୭ କୋଟି ଟଙ୍କା ଆୟ କରିଛନ୍ତି। ‘ରିୟାନ ଓ୍ବାଲର୍‌ଡ’ ନାମରେ ଏକ ଚ୍ୟାନେଲ ଚଲାଉଥିବା ଏହି ଛାତ୍ରୀ ୟୁଟ୍ୟୁବ୍‌ରୁ ଏତେ ମାତ୍ରାରେ ଆୟ କରିବାରେ ସର୍ବକନିଷ୍ଠା ବୋଲି ଫୋର୍ବସ ମାଗାଜିନରେ ରିପୋର୍ଟ ପ୍ରକାଶ ପାଇଛି। ରିୟାନ୍‌ ୪ ବର୍ଷର ହୋଇଥିବାବେଳେ ୨୦୧୫ରେ ଏହି ଚ୍ୟାନେଲ ଖୋଲିଥିଲେ। ଏଥିରେ ସେ ବିଭିନ୍ନ ଖେଳଣାର ରିଭ୍ୟୁ ଦେଇଥାନ୍ତି। ଏଥିସହ ବିଜ୍ଞାନ ସମ୍ବନ୍ଧିତ କିଛି ଏକ୍ସପେରିମେଣ୍ଟ ମଧ୍ୟ ଦେଖାଇଥାନ୍ତି। ତାଙ୍କ ଭିଡିଓକୁ କୋଟି କୋଟି ସଂଖ୍ୟାରେ ଦର୍ଶକ ଦେଖୁଛନ୍ତି। ୨୦୧୯ରେ ସେ ତାଙ୍କ ଚ୍ୟାନେଲରୁ ୧୯୧ କୋଟି ଏବଂ ୨୦୧୮ରେ ୧୬୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କମାଇଥିଲେ। ରିୟାନଙ୍କ ମା’ ଜଣେ ରସାୟନ ବିଜ୍ଞାନ ଶିକ୍ଷୟିତ୍ରୀ।

Share