Categories: ଜାତୀୟ

ଛାତ୍ରୀଙ୍କୁ ଗଣବଳାତ୍କାର, ବୟଫ୍ରେଣ୍ଡଙ୍କୁ ଆକ୍ରମଣ

ମାହୀଶୂର,୨୫।୮ : ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ କର୍ନାଟକର ମାହୀଶୂରସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାମୁଣ୍ଡି ପାହାଡ଼ରେ ବୁଲିବାକୁ ପହଞ୍ଚିଥିଲେ ଜଣେ ଛାତ୍ରୀ ଓ ତାଙ୍କ ବୟଫ୍ରେଣ୍ଡ୍‌। ଜଙ୍ଗଲରେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପୁରୁଷ ବନ୍ଧୁ ମାଡ଼ ମରାଯାଇଛି। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ୨୪ ଘଣ୍ଟା ପୂରି ଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରି ନାହିଁ। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କୁହାଯାଇଛି।

ଚାମୁଣ୍ଡି ପାହାଡ଼କୁ ଗଲା ବେଳେ ସେମାନଙ୍କୁ ଜଙ୍ଗଲରେ ଅଭିଯୁକ୍ତମାନେ ଅଟକାଇ ଜୋରଜବରଦସ୍ତ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଯୁବକଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ସେମାନଙ୍କୁ ରାତି ୧ଟା ୩୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୀଡ଼ିତାଙ୍କ ବୟାନକୁ ଆଧାର କରି ମାମଲା ଦାୟର କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କହିଛନ୍ତି।

Share