ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଛାତ୍ରଙ୍କୁ ମାଡ଼ ମାରି ବଳପୂର୍ବକ ଅପହରଣ କରାଯାଇଥିଲା। ସଂପୃକ୍ତ ଅପହରଣକାରୀମାନେ ଚଣ୍ଡିଖୋଲ ଅଭିମୁଖେ ନେଇ ଯାଉଥିଲେ। ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଛକରେ ଏକ ସ୍କର୍ପିଓ ଅଟକି ଥିଲା। ସେହି ସମୟରେ ଛାତ୍ର ଜଣକ ଗୋଇଠା ମାରି ନିଜକୁ ବଞ୍ଚାଇଛନ୍ତି। ପରେ ଜଣେ ବାଇକ୍‌ ଆରୋହୀଙ୍କ ଜରିଆରେ ଘର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଓ ପୋଲିସ ଯାଇ ଛାତ୍ରକୁ ନେଇ ଫେରିଥିଲେ। ପ୍ରଥମେ ଛାତ୍ରଙ୍କ ଡାକ୍ତରୀ ଚିକିତ୍ସା କରିଥିଲେ। ତା’ପରେ ଛାତ୍ରଙ୍କୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଛାତ୍ର ଜଣଙ୍କ ହେଲେ ଆଦିତ୍ୟ ନାଥ (୧୫)। ତାଙ୍କ ଘର ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଉଚ୍ଛବାନନ୍ଦପୁର ଗ୍ରାମରେ। ସେ ପାରାଦୀପ ବଡ଼ପଡ଼ିଆ ପୋର୍ଟ ଡିଏଭି ସ୍କୁଲର୧୦ମ ଶ୍ରେଣୀରେ ପଢୁଛନ୍ତି। ସବୁଦିନ ପରି ସୋମବାର ସକାଳୁ ସାଇକେଲ ନେଇ ୧୫ନଂ ଛକକୁ ଆସିଥିଲେ। ସେଠାରେ ସ୍କୁଲ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ସ୍କର୍ପିଓ ତାଙ୍କ ପାଖରେ ଅଟକି ଥିଲା। ଜଣେ ମହିଳା ଗାଡ଼ିରୁ ଓହ୍ଲାଇ ଛାତ୍ର ଆଦିତ୍ୟଙ୍କୁ ପାଣି ମାଗିଥିଲେ ପିଇବା ପାଇଁ। ଆଦିତ୍ୟ ସ୍କୁଲ ବ୍ୟାଗ୍‌ରୁ ପାଣି ବୋତଲ କାଢ଼ିବା ମଧ୍ୟରେ ସ୍କର୍ପିଓ ମଧ୍ୟରେ ଥିବା ୪ ଜଣ ଯୁବକ ଛାତ୍ରଙ୍କ ମୁହଁରେ କପଡ଼ା ବାନ୍ଧି ବଳପୂର୍ବକ ଗାଡ଼ିରେ ପୂରାଇ ନେଇ ଯାଇଥିଲେ। ଅପହରଣ କରିଥିବା ଯୁବକମାନେ ମୁହଁରେ କଳା କପଡ଼ା ଘୋଡ଼େଇ ଥିଲେ ବୋଲି ଆଦିତ୍ୟ କହିଛନ୍ତି। ହଳଦିଆଗଡ଼ା ପାଖରେ ଜଣେ ଯୁବକ ଗାଡ଼ିରୁ ଓହ୍ଲେଇବା ସମୟରେ ଛାତ୍ର ଆଦିତ୍ୟ ମହିଳାଙ୍କୁ ଗୋଇଠା ମାରି ରାସ୍ତା ଉପରେ ଦୌଡ଼ି ଥିଲେ। ଏହି ସମୟରେ ଜଣେ ବାଇକ୍‌ ଆରୋହୀଙ୍କ ସାହାଯ୍ୟରେ ତାଙ୍କ ବାପାଙ୍କୁ ଖବର ଦେଇଥିଲେ। ଛାତ୍ର ବାହାରକୁ ଯିବା ପରେ ସଂପୃକ୍ତ ଗାଡ଼ି କିଛି ସମୟ ସେଠାରେ ଅଟକି ଥିଲା। ଯେମିତି ଲୋକ ରୁଣ୍ଡ ହେଲେ ସେହି ସମୟରେ ଗାଡ଼ିଟି ଚଣ୍ଡିଖୋଲ ଅଭିମୁଖେ ପଳେଇ ଯାଇଛି। ପୋଲିସ ଏନେଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହେବେ ଶିକ୍ଷୟିତ୍ରୀ-ଶିକ୍ଷକ, ଛୁଟି ହେଲା ବାତିଲ୍‌

ଭୁବନେଶ୍ୱର,୨୨।୧୦: ଓଡ଼ିଶାକୁ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟ। ବେଳକୁ ବେଳ ଉପକୂଳ ମୁହାଁ ହେଉଥିବା ଯୋଗୁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ...

Featured Video Play Icon

ବାତ୍ୟା ପୂର୍ବରୁ ଆଳୁ ଗାଏବ୍‌

ସମ୍ଭାବ୍ୟ ବାତ୍ୟା ଦାନା ପୂର୍ବରୁ ଜଟଣୀ ପରିବା ବଜାରରୁ ଆଳୁ ଉଭାନ । ଯେଉଁ କିଛି ଆଳୁ ମହଜୁଦ ରହିଛି ଚଡ଼ା ଦରରେ ବିକ୍ରି କରୁଛନ୍ତି...

ଆଇପିଏସ୍‌ ଲଳିତ ଦାସ ହେଲେ OSSSC ଅଧ୍ୟକ୍ଷ

ଭୁବନେଶ୍ୱର,୨୨।୧୦: ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(ଓଏସ୍‌ଏସ୍‌ଏସ୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ...

ବଡ଼ ବାତ୍ୟା! ୬ ଆଇଏଏସଙ୍କୁ ବଡ଼ ଦାୟିତ୍ୱ ଦେଲେ ସରକାର

ଭୁବନେଶ୍ୱର,୨୨।୧୦: ମାଡି ଆସୁଛି ବାତ୍ୟା ‘ଦାନା’। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri