ଜୟପୁର,୨୭ା୮: ରାଜସ୍ଥାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଛାତ୍ର ସଂଗଠନର ନେତାମାନେ ସହପାଠୀଙ୍କ ପାଦତଳେ ପଡ଼ି ସେମାନଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଯାହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଦୃଶ୍ୟର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଛାତ୍ର ସଂଗଠନର ନେତାମାନେ ସେମାନଙ୍କ ସପକ୍ଷରେ ଭୋଟ ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଛାତ୍ର ନେତା ଜଣଙ୍କ ଛାତ୍ରୀମାନଙ୍କ ପାଦତଳେ ପଡ଼ିଯାଇଥିଲେ। ସେମାନଙ୍କୁ ହାତ ଯୋଡ଼ି ଭୋଟ୍ ମାଗିଥିଲେ।
ସୂଚନାଯୋଗ୍ୟ, ରାଜସ୍ଥାନରେ ଦୁଇ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଶନିବାର ସକାଳୁ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।