ତିହିଡି,୧୮।୪ (ଡି.ଏନ.ଏ.) ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଜଳେଶ୍ୱର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବାରୁ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ତାଲା ପକାଇ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ସ୍କୁଲରେ ୧୪୦ ଛାତ୍ରୀଛାତ୍ରଙ୍କୁ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ଅଧିକାଂଶ ସମୟରେ ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ରହୁଥିବାରୁ ଶିକ୍ଷାଦାନ ବ୍ୟାହତ ହେଉଛି। ଏନେଇ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସ୍କୁଲରେ ଅଧିକ ୩ ଜଣ ଶିକ୍ଷକ ନିଯୁକ୍ତି ପାଇଁ ସେମାନେ ଦାବି କରିଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ଧାରଣାରେ ବସିଥିବା ଅଭିଭାବକମାନେ କହିଥିଲେ। ସ୍କୁଲ କମିଟି ସଭାପତି ଦୟାନିଧି ବେହେରା, ସନ୍ତୋଷ ବିଶ୍ୱାଳ, ଅଜୟ ନାୟକ, ଅଶି୍ବନୀ ବଳ, ନିରଞ୍ଜନ ବାରିକ, ସୁମିତ୍ରା ବାରିକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଖୁବ୍ଶୀଘ୍ର ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢ କହିଛନ୍ତି।