ଭୋଗରାଇ,୨୭।୭(ଡି. ଏନ୍.ଏ.): ବାଲେଶର ଜିଲା ସୁବର୍ଣ୍ଣରେଖା ନଦୀରେ ସୋମବାର ବୁଡି ଯାଇ ଧରମ ଦୁଆର ଗାଁର ପୂର୍ଣ୍ଣଚନ୍ଦ୍ର ରଣାଙ୍କ ବଡପୁଅ ଶୁଭମ (୧୩) ନିଖାଜ ଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ଭୋଗରାଇ ବ୍ଲକ ମନୁନଗର ନଦୀଘାଟରୁ ଗ୍ରାମବାସୀ ଉଦ୍ଧାରକରିଥିଲେ। ପରେ କମର୍ଦl ଥାନାକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳଳେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।