୩ ଦିନ ହେବ ନିଖୋଜ ଥିଲେ ଛାତ୍ରୀ: ପୋଖରୀରୁ ମିଳିଲା ମୃତଦେହ

ଗୋପାଳପୁର,୨୮।୭(ନବୀନ ରାଜ ଆଚାରୀ): ତିନି ଦିନ ପରେ ନିଖୋଜ ଥିବା ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ଗୋପାଳପୁର ଥାନା ପୋଲିସ କରାପୁଲୀର ଏକ ପୋଖରୀର ମୃତଦେହକୁ ଠାବ କରିଛି l ମୃତକ ଜଣଙ୍କ ହେଲେ ଗୋପାଳପୁର ହରିଜନ ସାହିର ସ୍ନେହଲତା ନାୟକ (୧୮) ବୋଲି ପୋଲିସ ସୂଚନା ଦେଇଛି l
ସୂଚନା ଅନୁସାରେ, ଗୋପାଳପୁର ଏନଏସି ଅଞ୍ଚଳରେ ସ୍ନେହଲତାଙ୍କ ଘର। ସେ ରାମଚନ୍ଦ୍ରପୁର ଠାରେ ଥିବା ଆଇଟିଆଇ କଲେଜରେ ପାଠ ପଢୁଥିଲେ l ଗତ ଗୁରୁବାର ସକାଳେ ସାଢେ ୯ଟା ସମୟରେ ଘର ପାଇଁ ରାସନ ଆଣିବାକୁ ଯାଇଥିଲେ l ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନ ଥିଲେ l ପରିବାର ଲୋକ ଆଖ ପାଖ ଓ ସମ୍ପର୍କୟ ଘରକୁ ଖୋଜା ଖୋଜି କରିଥିଲେ ମଧ୍ୟ ସ୍ନେହଲତାଙ୍କ ସନ୍ଧାନ ମିଳି ନ ଥିଲା। ଫୋନ ମଧ୍ୟ ସୁଇଚ ଅଫ ରହିଥିଲା ଏନେଇ ୨୭ରେ ପରିବାର ଲୋକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେଶ ନ ୧୭/୨୪ପ୍ରକାରେ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l
ରବିବାର ସକାଳେ କରାପୁଲୀ ଗ୍ରାମରେ ଏକା ପୋଖରୀ ଅଜଣା ମୃତଦେହ ଭାସୁଥିବା ନେଇ ଦେଖିବାକୁ ସ୍ଥାନୀୟ ଲୋଳ ପାଇଥିଲେ l ଏ ନେଇ ଭଞ୍ଜବିହାର ଫାଣ୍ଡିରେ ଖବର ଦେଇଥିଲେ। ପରେ ସ୍ଥାନୀୟ ପୋଲିସ ଓ କନିସି ଅଗ୍ନିଶମ କର୍ମୀଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀ ଭିତରକୁ ଯାଇ ମୃତଦେହକୁ ଉଦ୍ଧାର କରିଥିଲେ। ପରେ ମୃତଦେହ ଦେଖି ଏହା ସ୍ନେହଲତା ବୋଲି ଜଣାପଡିଥିଲା। ମୃତଦେହ ଫୁଲି ଯାଇଥିବା ସହ ଦୁର୍ଗନ୍ଧ ବାହାରୁଥିଲା l ପୋଲିସ ମୃତଦେହକୁ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ଏନେଇ ମୃତକଙ୍କ ବାପା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଥାନା କେଶ ନ ୧୩/୨୪ପ୍ରକାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି l ବ୍ୟବଛେଦ କରିବା ପରେ ମୃତଦେହକୁ ପୋଲିସ ପରିବାର ଲୋକକୁ ହସ୍ତାନ୍ତର କରିଛି l ତଦନ୍ତ ଅଧିକାରୀ ଲିସା ରାଣୀ ସେଠୀଙ୍କୁ ପଚାରିବାରୁ ବ୍ୟବଛେଦ ରିପୋର୍ଟ ଆସିଲେ ସ୍ନେହଲତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହବ ବୋଲି କହିଥିଲେ। କିଭଳି କେଉଁ ପରିସ୍ଥିତିରେ ସ୍ନେହଲତା ମୃତ୍ୟୁ ହେଲା ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି l