Posted inଜାତୀୟ

ମଣିପୁରରେ ଜୋର୍‌ଦାର ହେଲା ଛାତ୍ର ଆନ୍ଦୋଳନ

ଇମ୍ଫାଲ,୧୧ା୯: ମଣିପୁରରେ ସାନି ହିଂସା ଓ ଡ୍ରୋନ୍‌ ଆକ୍ରମଣର ପ୍ରତିବାଦ ଏବଂ ତୁରନ୍ତ ଶାନ୍ତି ଫେରାଇ ଆଣିବା ଦାବିରେ ଛାତ୍ର ଆନ୍ଦୋଳନ ଜୋର୍‌ଦାର ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ରାଜ୍ୟ ସରକାର ୩ ଜିଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛନ୍ତି। ଇମ୍ଫାଲ ଇଷ୍ଟ, ଇମ୍ଫାଲ ଓ୍ବେଷ୍ଟ ଏବଂ ଥୌବାଲ ଜିଲାରେ ଜନସାଧାରଣ ବାହାରକୁ ବାହାରିବା ଉପରେ କଟକଣା ଲାଗୁ ହୋଇଛି। ତେବେ ଗଣମାଧ୍ୟମ, ବିଦ୍ୟୁତ୍‌, କୋର୍ଟ ଓ ସ୍ବାସ୍ଥ୍ୟସେବା ଆଦି ଜରୁରୀ ସେବାକୁ କର୍ଫ୍ୟୁରୁ ବାଦ୍‌ ଦିଆଯାଇଛି। ଏଥିସହ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଛି। ସୋସିଆଲ ମିଡିଆରେ ଆନ୍ଦୋଳନ ବେଳର ଫଟୋ, ଘୃଣିତ ଭାଷଣ ଓ ଭିଡିଓ ଛାଡ଼ିବା ବନ୍ଦ କରିବା ପାଇଁ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଇଣ୍ଟରନେଟ୍‌ ସମେତ ମୋବାଇଲ ଡେଟା ସର୍ଭିସ ସେପ୍ଟେମ୍ବର ୧୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ସୁରକ୍ଷା ଉପଦେଷ୍ଟାଙ୍କ ବହିଷ୍କାର ଦାବିରେ ଛାତ୍ରୀଛାତ୍ର ମଙ୍ଗଳବାର ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ସୁରକ୍ଷା ବଳ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।
ସୋମବାର ମଧ୍ୟ ହଜାର ହଜାର ସଂଖ୍ୟାରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ବାହାରେ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଥିବା ସୁରକ୍ଷା ପରାମର୍ଶଦାତା, ଡିଜିପି ଏବଂ ୫୦ ଜଣ ବିଧାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ। ରାଜ୍ୟର ଆଞ୍ଚଳିକ ଏବଂ ପ୍ରଶାସନିକ ସଂହତି ପାଇଁ ସେମାନେ ଆହ୍ବାନ ଦେଇଥିଲେ। ନିକଟରେ ଡ୍ରୋନ୍‌ ଏବଂ ମିଶାଇଲ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଛାତ୍ରୀଛାତ୍ର ଦାବି କରିଛନ୍ତି। ରାଜଭବନ ବାହାରେ ସେମାନେ ଟେକାମାଡ଼ କରୁଥିବାବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଗୋଡ଼ାଇ ତଡ଼ୁଥିବା ଦେଖାଯାଇଥିଲା। କେତେକ ସ୍ଥାନରେ ପୋଲିସ ଓ ବିକ୍ଷୋଭକାରୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଇମ୍ଫାଲ ଓ୍ବେଷ୍ଟ, କାକ୍‌ଚିଙ୍ଗ ଏବଂ ଥୌବାଲ ଜିଲାରେ ସାନି ହିଂସା ପ୍ରତିବାଦରେ ବିଶାଳ ରାଲି ହୋଇଥିଲା। ବିଭିନ୍ନ ସ୍କୁଲ୍‌ କଲେଜର ଶହ ଶହ ଛାତ୍ରୀଛାତ୍ର ଇମ୍ଫାଲର ଖ୍ବାଇରାମବନ୍ଦ ଓମେନ୍‌ ମାର୍କେଟରେ ସୋମବାର ରାତିରେ କ୍ୟାମ୍ପ୍‌ ପକାଇ ରହିଥିଲେ। କ୍ୟାମ୍ପ୍‌ ନିର୍ମାଣ କରିବାରେ ପିଲାମାନଙ୍କୁ ମହିଳା ଦୋକାନୀମାନେ ସହାୟତା କରିଥିଲେ। ଆମର ୬ ଦଫା ଦାବି ପୂରଣ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ୨୪ ଘଣ୍ଟା ମହଲତ ଦେଇଛୁ। ଉକ୍ତ ସମୟସୀମା ମଧ୍ୟରେ ଦାବି ପୂରଣ ନ ହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଛାତ୍ରନେତା ସିଏଚ୍‌ ଭିକ୍ଟର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri