ଆମକୁ ମାରି ଦିଆଯିବ, ରକ୍ଷା କର

ସୁମି,୫ା୩: ଏଠାରେ ନା ଅଛି ଖାଦ୍ୟ, ନା ପାଣି। ପଦାକୁ ବାହାରିବାକୁ ଭୟ ଲାଗୁଛି। ପ୍ରତି ୨୦ ମିନିଟରେ ଏଠାରେ ଗୁଳି ଫୁଟିବା ସହ ଏୟାର ଷ୍ଟ୍ରାଇକର ଭୟ ରହିଛି। ଆମକୁ ରକ୍ଷା କରାଯାଉ ନଚେତ୍‌ ଆମକୁ ମାରି ଦିଆଯିବ। ଏମିତି କିଛି ବାର୍ତ୍ତା ଦେଇ ୟୁକ୍ରେନ୍‌ର ଉତ୍ତର-ପୂର୍ବାଞ୍ଚଳ ସୁମିରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ଏକ ଭିଡିଓ ଜାରି କରିଛନ୍ତି। ସୁମିରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରି ନ ଥିବା କୁହାଯାଉଛି। ସହରରୁ ବାହାରିବା ପାଇଁ ରୁଷିଆ ସୀମାରେ ବସ୍‌ ବ୍ୟବସ୍ଥା କରାଯାଇଛି। ରୁଷିଆ ପଟୁ ତୁହାକୁ ତୁହା ଆକ୍ରମଣ ଭୟରେ ଛାତ୍ରୀଛାତ୍ରମାନେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି। ଖର୍କିଭରେ ୩୦୦ ଏବଂ ସୁମିରେ ୭୦୦ ଜଣ ଭାରତୀୟ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାର ପାଇଁ ବସ୍‌ ବ୍ୟବସ୍ଥା କରାଯିବ ବୋଲି ବହିର୍ବ୍ୟାପାର ସଚିବ ଅରିନ୍ଦମ ବାଗଚୀ କହିଛନ୍ତି। ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଅପରେଶନ ଗଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share