ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

କେନ୍ଦୁଝର,୧୮।୨ (ସ୍ବ.ପ୍ର.)

କେନ୍ଦୁଝର ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟରେ ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ ଶେଷ ବର୍ଷର ପଞ୍ଚମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ୨୬ରୁ ଅଫ୍‌ଲାଇନରେ ହେବାକୁ ଅଛି। ଏଣୁ ପାଠ ପଢା ଅନ୍‌ଲାଇନରେ ହୋଇଥିବାରୁ ପରୀକ୍ଷା ଅନଲାଇନରେ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ସେହିପରି ପାଠ୍ୟକ୍ରମ ଶେଷ ହୋଇ ନ ଥିବା ଏବଂ ତରବରିଆ ଭାବରେ ଅନ୍‌ଲାଇନରେ ପାଠ ପଢା ହୋଇଥିବାରୁ ଛାତ୍ରଛାତ୍ରୀ ଠିକ୍‌ ଭାବରେ ପାଠ ପଢି ପାରିନାହାଁନ୍ତି ବୋଲି କହିଛନ୍ତି। କଲେଜ ଅଧ୍ୟକ୍ଷ ନରେନ୍ଦ୍ର ସାହୁ ପିଲାଙ୍କ ପାଖକୁ ଆସି ବୁଝାଶୁୁଝା କରି ସରକାରଙ୍କ ନିଷ୍ପତ୍ତି ଅଫ୍‌ଲାଇନରେ ହେବ ବୋଲି ଚିଠି ଦେଖାଇଥିଲେ। ଲିଖିତଭାବେ ଛାତ୍ରଛାତ୍ରୀ ତାଙ୍କ ସମସ୍ୟା ଜଣାଇଲେ ଅଫ୍‌ଲାଇନରେ ହେବାକୁ ଥିବା ପରୀକ୍ଷାରେ ଦୁଇଟି ବିଷୟ ମଧ୍ୟରେ ବ୍ୟବଧାନ ଦୁଇ ତିନି ଦିନ ରଖିବା ନେଇ ବିଚାର କରାଯିବ ବୋଲି ଅଧ୍ୟକ୍ଷ ସାହୁ କହିଛନ୍ତି। ଛାତ୍ରଛାତ୍ରୀଙ୍କ ଆଲୋଚନା ସମୟରେ ଅଧ୍ୟକ୍ଷ ନରେନ୍ଦ୍ର ସାହୁଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ପଣ୍ଡା, ପ୍ରାଧ୍ୟାପକ ଶାନ୍ତନୁ କୁମାର ନାୟକ, ପ୍ରାଧ୍ୟାପକ ଦୋଳଗୋବିନ୍ଦ ରାଉତ, ପ୍ରାଧ୍ୟାପକ ଡ. ଅନୀଲ କୁମାର ଦାସ, ପ୍ରାଧ୍ୟାପକ ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ, ଅଧ୍ୟାପକ ସୁଧାକର ଦାସ, ଅଧ୍ୟାପକ ଡକ୍ଟର ସୁଚିସ୍ମିତା ଆଚାର୍ଯ୍ୟ, ଅଧ୍ୟାପକ ଡକ୍ଟର ଜୟଲକ୍ଷ୍ମୀ ମହାପାତ୍ର, ଅଧ୍ୟାପକ ଡକ୍ଟର ସରିତା ନାୟକ, ଅଧ୍ୟାପକ ଡକ୍ଟର ସୋନା ମୁର୍ମୁ, ଏମ୍‌ବିଏ ବିଭାଗର ଇତିଶ୍ରୀ ମହାନ୍ତିଙ୍କ ସମେତ ଅତିଥି ଅଧ୍ୟାପିକା ଓ ଅଧ୍ୟାପକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋ

ଭଦ୍ରକ,୮।୪(ସନାତନ ରାଉତ): ୱକ୍‌ଫ ବିଲ୍‌ରେ ବିଜେଡିର ରାଜ୍ୟ ସଭା ସଦସ୍ୟଙ୍କ ଭୋଟିଂକୁ ନେଇ ସାରା ରାଜ୍ୟରେ ରାଜନୀତି ହଲ୍‌ଚଲ୍‌ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଏହାର...

ବଙ୍ଗୋପସାଗରରେ ଲଘୁଚାପ: ଏହି ସବୁ ଜିଲାରେ ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର,୮ା୪- ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେଇଛି। ଏହା ୮ ତାରିଖ ଯାଏ...

୩୦ହଜାର କୋଟିର ନିବେଶ, ୪୮ହଜାର ନିଯୁକ୍ତି ଆଶା, ୧୧ ଚୁକ୍ତି ଚୂଡ଼ାନ୍ତ

ଭୁବନେଶ୍ୱର,୮।୪(ଅନୁରାଧା ମହାରଣା): ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ରବିବାର...

ଦିଲ୍ଲୀରେ ଏବେ ବି ମୁଠା ଟାଣ

ଭୁବନେଶ୍ୱର, ୮।୪(ରବିନାରାୟଣ ଜେନା): ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ  ଦିଲ୍ଲୀରେ ସୁଜାତା ଆର. କାର୍ତ୍ତିକେୟନଙ୍କ ଅବସରକୁ ନେଇ...

୨ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ

ନୂଆପଡ଼ା,୭ା୪(ମକାରୁ ବେମାଲ)- ମାତ୍ର ୨ ବର୍ଷ ୧୦ ମାସର ଶିଶୁ ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସର ଅଧିକାରୀ ହୋଇପାରିଛନ୍ତି। ସେ ହେଲେ ନୂଆପଡ଼ା ଜିଲା ସିନାପାଲି...

ମାନବାଧିକାର, କଏଦୀଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ କାର୍ଯ୍ୟ କରିବ ‘ଜେଲ୍ ପଞ୍ଚାୟତ’

ଭୁବନେଶ୍ୱର, ୭।୪: ‘ଜେଲ୍ ପଞ୍ଚାୟତ’ର ନବନିର୍ବାଚିତ ପ୍ରତିନିଧିମାନେ କଏଦୀଙ୍କ ସୁରକ୍ଷା ସହିତ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିବେ। କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସଂଶୋଧନ...

ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ...

ମଦ ମାଫିଆଙ୍କ ମାଡ଼ରେ ଏସ୍‌ଏଚ୍‌ଜି ମହିଳା ରକ୍ତାକ୍ତ: ଅଭିଯୁକ୍ତଙ୍କୁ ପୋଲିସ ଜାମିନରେ ଛାଡି ଦେବାରୁ ଗାଁରେ ଉତ୍ତେଜନା

ପାଟଣା ,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ଗ୍ରାମରେ ସରପଞ୍ଚ ଜୟନ୍ତୀ ମୁଣ୍ଡାଙ୍କ ନେତୃତ୍ୱରେ ରବିବାର ଶତାଧିକ ମହିଳା ଗ୍ରାମରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image