ଗୁଡ଼ଭେଲା,୯।୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ତୁଷୁରା ପୋଲିସ ସୋମବାର ଘଟଣାରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରିଛି। ସେ ହେଲେ ତରଭା ଥାନା ଅଧୀନ ସିରାବାହାଲ ଗ୍ରାମର ଅମରେଶ ରଣା(୨୩)। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ମୁତାବକ ପୋଲିସ ଏକ ମାମଲା (ନଂ.୬୪/୨୨) ରୁଜୁ କରିଛି।
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଅମରେଶଙ୍କ ସହ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଇତିମଧ୍ୟରେ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିଲେ। ହେଲେ ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ଜାଣି ଅମରେଶଙ୍କୁ ବିବାହ କରିବାକୁ କହିଥିଲେ। ହେଲେ ଅମରେଶ ଛାତ୍ରୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ପ୍ରତାରଣାର ଶିକାର ହୋଇଥିବା ନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଅମରେଶଙ୍କୁ ଗିରଫ କରିଥିଲା।