ଚଳନ୍ତା ବସ୍‌ରେ ଛାତ୍ରୀଙ୍କୁ ବଳାତ୍କାର

ଯାଜପୁର,୨୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦଶରଥପୁର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ(୧୬)ଙ୍କୁ ରବିବାର ଚଳନ୍ତା ବସ୍‌ରେ ବଳାତ୍କାର କରାଯାଇଛି। ଭଦ୍ରକରୁ କୋଲକାତା ଯିବା ଏବଂ ଫେରିବା ବାଟରେ ବସ୍‌ର ସ୍ଲିପର ସିଟ୍‌ରେ ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି ତାଙ୍କ ଗ୍ରାମର ଦୟାନିଧି ଜେନା(୪୫)। ଏନେଇ ଛାତ୍ରୀଜଣକ ସୋମବାର ଦଶରଥପୁର ଥାନାରେ କରିଥିବା ଅଭିଯୋଗ ଆଧାରରେ ଅଭିଯୁକ୍ତ ଦୟାନିଧିଙ୍କ ନଁାରେ ଆଇପିସି ଦଫା ୩୭୬ ଏବଂ ପୋକ୍‌ସୋ ଆକ୍ଟର ବିଭିନ୍ନ ଦଫା ଅନୁଯାୟୀ ଏକ ମାମଲା (ନଂ. ୧୯୫/୨୩) ରୁଜୁ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ପାରି ନ ଥିଲା। ଅଭିଯୁକ୍ତ ଦୟାନିଧି ପୀଡ଼ିତାଙ୍କ ସମ୍ପର୍କୀୟ ହେବେ ବୋଲି ସୂଚନା ମିଳିଛି।
ଦଶରଥପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପୀଡ଼ିତା ଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ରବିବାର ସକାଳ ୬ଟାରେ ସେ ସାଇକେଲ ଯୋଗେ ଟ୍ୟୁଶନ ପାଇଁ ଯାଉଥିବା ସମୟରେ ଦୟାନିଧି ତାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ମା’ଙ୍କ ଦେହ ଖରାପ ଅଛି ବୋଲି କହିଥିଲେ। ଏହାପରେ ଜଣେ ବ୍ୟକ୍ତିଙ୍କ ଘରେ ଛାତ୍ରୀଙ୍କ ସାଇକେଲକୁ ରଖି ଦୟାନିଧି ତାଙ୍କୁ ଏକ ବାଇକ୍‌ (ନଂ.ଓଡି-୩୪କେ-୫୧୯୦) ଯୋଗେ ଘରକୁ ନେବା ପରିବର୍ତ୍ତେ ଡରାଇ ଧମକାଇ ଭଦ୍ରକ ଜିଲା ଆଖଣ୍ଡଳମଣି ଛକ ପେଟ୍ରୋଲ ପମ୍ପ ନିକଟକୁ ନେଇଯାଇଥିଲେ। ସେଠାରୁ ଏକ ବସ୍‌ ଯୋଗେ ଭଦ୍ରକ ନେଇ ସେଠାରୁ ସ୍ଲିପର ବସ୍‌ରେ କୋଲକାତା ଯାଇଥିଲେ। ଭୟଭୀତ ଛାତ୍ରୀଜଣକ କେଉଁ ସ୍ଥାନ କିଛି ଜାଣି ପାରୁ ନ ଥିଲେ। କୁଆଡ଼େ ନେଇଯାଉଛ ବୋଲି ଛାତ୍ରୀଜଣକ ପଚାରିବାରୁ କୋଲକାତା ନେଇଯାଉଥିବା ଦୟାନିଧି ଉତ୍ତର ଦେଇଥିଲେ। ଛାତ୍ରୀଜଣକ ବିରୋଧ କରିବାରୁ ହତ୍ୟା ଧମକ ଦେଇ ଚୁପ୍‌ କରାଇଥିଲେ। ଏହାପରେ ଚଳନ୍ତା ବସ୍‌ର ସ୍ଲିପର ସିଟ୍‌ରେ ତାଙ୍କୁ ଦୟାନିଧି ବଳାତ୍କାର କରିଥିଲେ। ଦିନ ସମୟରେ ଏହି ଲଜ୍ଜାଜନକ ଘଟଣା ଘଟିଥିବାବେଳେ ଜୀବନ ଭୟରେ ପୀଡ଼ିତା କାହାରିକୁ କିଛି କହି ପାରି ନ ଥିଲେ। ପୁଣି ଆଉ ଏକ ସ୍ଲିପର ବସ୍‌ରେ ଭଦ୍ରକ ଫେରିବା ବାଟରେ ରାତି ୮ଟାରେ ନାବାଳିକାଙ୍କୁ ଦୟାନିଧି ବଳାତ୍କାର କରିଥିଲେ। ଭଦ୍ରକରେ ସୋମବାର ଭୋର ୩ଟାରେ ପହଞ୍ଚିବା ପରେ ଅଭିଯୁକ୍ତ ଏକ ଅଟୋ ଯୋଗେ ପୀଡ଼ିତାଙ୍କୁ ତାଙ୍କ ଗ୍ରାମ ନିକଟରେ ଛାଡ଼ି ଦେଇଥିଲେ। ବଳାତ୍କାର ସମ୍ପର୍କରେ କାହାରିକୁ କିଛି କହିଲେ ଜୀବନରୁ ମାରିଦେବେ ବୋଲି ସେ ପୁଣି ଧମକ ଦେଇଥିବା ଛାତ୍ରୀଜଣକ ଅଭିଯୋଗରେ ଦର୍ଶାଇଛନ୍ତି।
ଘଟଣା ସମ୍ପର୍କରେ ଦଶରଥପୁର ଥାନାଧିକାରୀ ବଦ୍ରିକାନାଥ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବସ୍‌ରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋକ୍‌ସୋ ଆକ୍ଟ ସହ ବଳାତ୍କାର ମାମଲା ରୁଜୁ କରାଯାଇ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ରିପୋର୍ଟ ଆସିଲା ପରେ ଯାହା କିଛି କହିହେବ। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ତେବେ କେଉଁ ବସ୍‌ରେ ଯାଇଥିଲେ ଏବଂ ଫେରିଲେ ତାହାର ନଁା ଏବଂ ନମ୍ବର ପୀଡ଼ିତା ଦର୍ଶାଇ ନ ଥିବାବେଳେ ଏନେଇ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri