ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର ରୋହିତ ପାତ୍ର

କୋରାପୁଟ,୧।୧୦(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଅକ୍ଟୋବର ୦୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍‌ ସିଟିରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରୋହିତଙ୍କୁ ଭାରତୀୟ ଦଳରେ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଫେସର ତ୍ରିପାଠୀ କହିଛନ୍ତି, ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ରୋହିତଙ୍କ ଚୟନ ବିଶ୍ୱବିଦ୍ୟାଳୟ ଓ ଦେଶ ପାଇଁ ଗର୍ବର ବିଷୟ। ରୋହିତଙ୍କ ପାଇଁ ଏହା କେବଳ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ନୁହେଁ ବରଂ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ଓ ବିଶ୍ୱବିଦ୍ୟାଳୟ ପାଇଁ ସମ୍ମାନ ଆଣିବାର ଏକ ସୁଯୋଗ। ଆମେ ନିଶ୍ଚିତ ଯେ ସେ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ଓ ଦେଶକୁ ପାଇଁ ଗୌରବ ଆଣିବେ।

କୋରାପୁଟ ଜିଲା ବାସିନ୍ଦା ରୋହିତ ବର୍ତ୍ତମାନ କୋରାପୁଟ ମ୍ୟୁନିସିପାଲିଟି ଜିମରେ ପାୱାରଲିଫ୍ଟିଂ ଅଭ୍ୟାସ କରୁଛନ୍ତି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ସେ ୩ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି କ୍ରୀଡ଼ାରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି।

ଆଗାମୀ ରାଜ୍ୟଗୋଷ୍ଠୀ ଚାମ୍ପିଅନଶିପରେ ସେ ସବ୍‌ ଜୁନିୟର, ୧୨୦+ କେଜି ବର୍ଗରେ ଭାଗ ନେବେ। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍‌ ସିଟିରେ ରାଜ୍ୟଗୋଷ୍ଠୀ ଏକ୍ୟୁପଡ଼ ଓ କ୍ଲାସିକ ସବ୍‌ ଜୁନିୟର, ଜୁନିୟର ପାୱାରଲିଫ୍ଟିଂ ଏବଂ ସୁସଜ୍ଜିତ ଓ କ୍ଲାସିକ ସବ୍‌-ଜୁନିୟର, ଜୁନିୟର, ସିନିୟର ଓ ମାଷ୍ଟର୍ସ ବେଞ୍ଚ ପ୍ରେସ ଚାମ୍ପିୟନଶିପ ଅନୁଷ୍ଠିତ ହେବ।

କୋରାପୁଟ ଜିଲାର ଦୁଇ ବାସିନ୍ଦା ବୈବ କୁମାର ତାଣ୍ଡି (ମାଷ୍ଟର୍ସ ବେଞ୍ଚ ପ୍ରେସ ଚାମ୍ପିଅନଶିପ, ମାଷ୍ଟର ୩, ୭୪ କେଜି ବର୍ଗ) ଏବଂ ରୋହିତ ପାତ୍ର (ସବ୍‌ ଜୁନିୟର, ୧୨୦+ କେଜି ବର୍ଗ) ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ରୋହିତ ହେଉଛନ୍ତି ନିରୋଦା ନନ୍ଦ ପାତ୍ର ଓ ଶ୍ରୀମତୀ ରମାଦେବୀ ପାତ୍ରଙ୍କ ସୁପୁତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ

ସମ୍ବଲପୁର,୧ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଚିଡ଼ିଆଖାନାରେ ସ୍ବତନ୍ତ୍ର ଭାବେ କାଚରେ ନିର୍ମିତ ଆବଦ୍ଧ କୋଠରିରେ ବାଘକୁ ଛଡ଼ାଯାଇଛି।...

ସମ୍ବଲପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେଲେ କୋର୍ଟ

ସମ୍ବଲପୁର,ଜମନକିରା,୧ା୧୦(ପ୍ରମୋଦ ବହିଦାର, ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ କସଡ଼ା ଗ୍ରାମରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ମଙ୍ଗଳବାର...

ମାତ୍ର ୧୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଲେ ଭାରତର ଏହି ବିସ୍ମୟ ବାଳକ

ଚେନ୍ନାଇ, ୧ା୧୦: ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଆକ୍ରମଣାତ୍ମକ ପ୍ରଦର୍ଶନ ଅନେକ ଯୁବ ତାରକାଙ୍କୁ ଅନୁପ୍ରାଣିତ କରିଛି। ମାତ୍ର ୧୩ ବର୍ଷ ବୟସରେ,...

ସୁନ୍ଦରଗଡ଼ରେ ଯୁବକଙ୍କୁ ହତ୍ୟା

ହେମଗିର,୧।୧୦( ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଟାଙ୍ଗରଡିହିରେ ମଙ୍ଗଳବାର ଜଣଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଟାଙ୍ଗରଡିହି ଗ୍ରାମର...

ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ…

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବୋନସ୍‌ ପ୍ରଦାନ ଦାବି ନେଇ ରାଉରକେଲା ହିନ୍ଦ୍‌ ମଜଦୁର ସଭା ଓ ଜିଲା ଶିଳ୍ପାଞ୍ଚଳ ଶ୍ରମିକ...

ବୁଲାଣି ରାସ୍ତାରେ ବସ୍‌ରୁ ଖସି ପଡ଼ିଲେ ହେଲପର୍‌, ମାଡ଼ିଗଲା ବସ୍‌…

ପୁରୀ,୧।୧୦: ପୁରୀ ଜିଲା ଖାଜୁରିଆ ରାସ୍ତା ଗୋବିନ୍ଦପୁର ମହାବୀର ଛକ ବୁଲାଣି ନିକଟରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ବସ୍‌ରୁ ହେଲପର୍‌ ଜଣକ ଖସି ପଡିଥିବା...

ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତକୁ ଟକ୍କର ଦେବେ ଏହି ୨ ଟିମ୍‌: ବଦଳିଲା ସମୀକରଣ

କାନୁପର,୧।୧୦: କାନପୁର ଟେଷ୍ଟରେ ବାଂଲାଦେଶ ଉପରେ ଭାରତ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ରେସ୍‌ରେ ସମୀକରଣ ବଦଳିଥିବା ଜଣାପଡିଛି। ଦୁଇ ଟେଷ୍ଟ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ,୧।୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ମଙ୍ଗଳବାର ହାକକୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri