Categories: ଜାତୀୟ

୪ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇଲେ ଛାତ୍ର

ଥିରୁଭାନନ୍ତପୁରମ୍‌, ୭ା୧: ଆରବ ସାଗରରେ ବୁଡ଼ି ଯାଉଥିବା ୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ହିରୋ ପାଲଟିଛନ୍ତି କେରଳର ଜଣେ ଇଞ୍ଜିନିୟରିଂ ଛାତ୍ର, ଦେବଙ୍ଗ ସୁବିଲ। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଥ୍ରିଶୁରର ନାଟିକା ଉପକୂଳରେ ବୁଧବାର ଏକ ଡଙ୍ଗା ନିଖୋଜ ହୋଇଯିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କର୍ମୀ ଚିନ୍ତାରେ ପଡିଥିଲେ। ୧୯ ବର୍ଷୀୟ ଦେବଙ୍ଗ ସହାୟତା କରିବାକୁ ଆଗେଇ ଆସିଥିଲେ। ସେ ସମୁଦ୍ର ମଧ୍ୟକୁ ଏକ ଡ୍ରୋନ ପଠାଇଥିଲେ। ଏହାର କ୍ୟାମେରା ତାଙ୍କ ଫୋନ ସହ ସଂଯୋଗ ହୋଇଥିଲା। ଜଣେ ମତ୍ସ୍ୟଜୀବୀଙ୍କୁ ସେ ଫୋନରେ ଦେଖିବା ପରେ ଉଦ୍ଧାରକାରୀ ଟିମ୍‌ ବୋଟ ସହ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

Share