ଲକ୍ଷ୍ନୌ,୭ା୧୦: ଉତ୍ତରପ୍ରଦେଶର ଆଗ୍ରାରେ ଦୁଇ ଛାତ୍ର ସେମାନଙ୍କ ଶିକ୍ଷକଙ୍କ ଗୋଡ଼କୁ ଗୁଳି ଚଳାଇବା ସହ ଏହାର ଭିଡିଓ ରେକର୍ଡିଂ କରିଛନ୍ତି, ଯେଉଁଥିରେ ସେମାନେ ନିଜକୁ ‘ଗ୍ୟାଙ୍ଗ୍ଷ୍ଟର’ର ପରିଚୟ ଦେଇଛନ୍ତି। ଭାଇରାଲ ଭିଡିଓରେ ସମ୍ପୃକ୍ତ ଛାତ୍ର ଶିକ୍ଷକଙ୍କୁ ଆଉ ୩୯ ଥର ଗୁଳି କରିବା ଲାଗି ଧମକ ଦେଇଛନ୍ତି। ସୁମିତ୍ ନାମକ ଉକ୍ତ ଶିକ୍ଷକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଛାତ୍ରଦ୍ୱୟ ୬ ମାସ ପରେ ଫେରି ଶିକ୍ଷକଙ୍କୁ ଗୁଳିକରିବେ ବୋଲି ଭିଡିଓରେ କହିଥିଲେ। ଶିକ୍ଷକଙ୍କୁ ୪୦ ଥର ଗୁଳି କରିବାର ଅଛି। ଆଉ ୩୯ ଥର ବାକି ରହିଲା ବୋଲି ଗିରଫ ଛାତ୍ର ଭିଡିଓରେ କହିଥିବା ଶୁଣିବାକୁ ମିଳିଛି।