ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ଟିକିରି ୧୫।୭ (ପ୍ରଫୁଲ କୁମାର ବେହେରା): କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଠିକାଦାର ଶୌଚାଳୟ ନିର୍ମାଣ କରିଥିଲେ। ନିର୍ମାଣ କାର୍ଯ୍ୟ ସରିବାର ପ୍ରାୟ ୮ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଲ ମିଳି ନ ଥିବାରୁ ଠିକାଦାର କିଶୋର ଦିଶାରି ସମସ୍ତ ଶ୍ରେଣୀଗୃହରେ ତାଲା ପକାଇ ଦେଇଥିଲେ। ଫଳରେ ଛାତ୍ରୀଛାତ୍ର ବାଧ୍ୟହୋଇ ଶୁକ୍ରବାର ବାରଣ୍ଡାରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ଏ ନେଇ ଠିକାଦାର ଦିଶାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଦାସଙ୍କୁ ପଚାରିବାରୁ ସେ ଏହାର ସମାଧାନ କରି ସ୍କୁଲ ଖୋଲାଯିବା କଥା କହିଥିଲେ। କିନ୍ତୁ ଅନ୍ୟପକ୍ଷେ ବିଲ ନ ମିଳିବା ପର୍ଯ୍ୟନ୍ତ ସେ ଶ୍ରେଣୀଗୃହର ତାଲା ଖୋଲିବେ ନାହିଁ ବୋଲି ଠିକାଦାର କହିଛନ୍ତି । ଏ ମସ୍ପର୍କରେ କାଶୀପୁର ଗୋଷ୍ଠୀ ଶିକ୍ଷାଧିକାରୀ ଦିପ୍ତିମୟୀ ସିଂଙ୍କୁ ପଚାରିବାରୁ ସେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ଗୋଟେ କାର୍ଯ୍ୟର ବିଲ ନ ହେବାରୁ ଠିକାଦାର ବିଦ୍ୟାଳୟରେ ତାଲା ପଡ଼ିବାକୁ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ନେଇ ଛାତ୍ରୀଛାତ୍ର ଶନିବାରଠୁ ସ୍କୁଲ ଛୁଟି କରିବା ନେଇ ପ୍ରସ୍ତୁତି କରୁଥିବା ଜଣାପଡିଛି ।