ଘରେ ପାର୍ଟି ଆୟୋଜନ କରି ୯ ଲକ୍ଷ ଜରିମାନା ଦେଲେ ଏହି ଛାତ୍ର

ଲଣ୍ଡନ,୧୩ା୯: ଘରେ ପାର୍ଟି କରିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। କରୋନା ମହାମାରୀ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁକ୍ରବାର  ଘରେ ୫୦ ଲୋକଙ୍କୁ ନେଇ ପାର୍ଟିର ଆୟୋଜନ କରିଥିବାରୁ ୯.୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି।
ଏନେଇ ଛାତ୍ର ଜଣକ କହିଛନ୍ତି, ସେ ୨୫ ଜଣ ସାଙ୍ଗଙ୍କୁ ପାର୍ଟିକୁ ଡାକିଥିଲେ। କିନ୍ତୁ ୫୦ ଜଣ ଚାଲିଆସିଥିଲେ। ସେମାନେ ନିଜ ନିଜ ସାଙ୍ଗମାନଙ୍କୁ ଡାକି ଆଣିଥିଲେ। ସେଥିପାଇଁ ସେ ଅନୁତପ୍ତ ବୋଲି କୁହନ୍ତି। ଏହି ଘଟଣା ବ୍ରିଟେନର ନଟିଘମ ଅଞ୍ଚଳରେ ଘଟିଛି। ପୋଲିସ ଯେତେବେଳେ ଘରେ ପହଞ୍ଚିଥିଲା ସେତେବେଳେ ୫୦ ଜଣ ପିଲା ପାର୍ଟି କରୁଥିବା ଦେଖିବାକୁ ପାଇଥିଲା।
ଜଣେ ପୋଲିସ ଅଧିକାରୀ କୁହନ୍ତି, ଛାତ୍ର ଜଣଙ୍କୁ ପାର୍ଟି ଶେଷ କରିବାକୁ ଚେତାବନୀ ଦିଆଯିବା ସହ ଜରିମାନା କରାଯାଇଥିଲା।
ସୂଚନାଯୋଗ୍ୟ, କରୋନା ମହାମାରୀ ନେଇ ବ୍ରିଟେନରେ ନୂତନ ନିୟମ ପ୍ରଣୟନ କରାଯାଇଛି। ଏହି ଅନୁଯାୟୀ, ଜଣେ ବ୍ୟକ୍ତି କେବଳ ୬ ଜଣଙ୍କୁ ଭେଟି ପାରିବ। ଏହା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

Share