ଛାତ୍ରୀକୁ ଧରି ଫେରାର ହୋଇଗଲେ ଶିକ୍ଷକ

କୁତ୍ରା,୭।୩ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଞ୍ଚଳରେ ଜଣେ ଶିକ୍ଷକ ଛାତ୍ରୀଙ୍କୁ ଧରି ଫେରାର ହୋଇଯାଇଥିବା ଜଣାପଡିଛି। ଏ ନେଇ ଶିକ୍ଷକଙ୍କ ନାଁରେ କୁତ୍ରା ଥାନାରେ ଏକ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ରାଜଗାଙ୍ଗପୁର ଅଞ୍ଚଳର ଜଣେ ଶିକ୍ଷକ ରାଞ୍ଚିରୋଡ ସ୍ଥିତ ଏକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏପରି କି ସେ କିଛି ଛାତ୍ରୀଛାତ୍ରଙ୍କୁ ଟିଉସନ କରୁଥିଲେ। ଟିଉସନ କରୁଥିବା ଜଣେ ଛାତ୍ରୀଙ୍କୁ ଧରି ଫେରାର ହୋଇଯାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲ ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Share