
ହାଟଡିହୀ,୧୮l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଖାଉଥିବା ସମୟରେ ମାଟିକାନ୍ଥ ଭୁଶୁଡି ପଡିବାରୁ ଗ୍ରାମର ବିଷ୍ଣୁ ପ୍ରସାଦ ସାହୁଙ୍କ ପୁଅ ଆନନ୍ଦ ଗୁରୁତର ଆହତ ହୋଇଥିବା ବେଳେ ୮ବର୍ଷୀୟା ଭାଣିଜୀ ସ୍ନେହଲତାଙ୍କର ମୃତ୍ୟୁ ଘଟିଛି l
ସୂଚନା ଅନୁସାରେ, ବାପାଙ୍କ ମୃତ୍ୟୁ ପରେ ମାଙ୍କ ସହ ସ୍ନେହଲତା ମାମୁ ଘରେ ରହୁଥିଲେ। ମଙ୍ଗଳବାର ସକାଳୁ ପରୀକ୍ଷା ଦେବା ପାଇଁ ସ୍କୁଲ ଯିବାର ଥିଲା l ଘରେ ଖାଉଥିବାବେଳେ ମାଟି କାନ୍ଥ ଭୁଶୁଡି ପଡିଥିଲା l ଉପସ୍ଥିତ ପରିବାର ଏବଂ ଗ୍ରାମର ଅନ୍ୟ ଲୋକ ସ୍ନେହଲତା ଏବଂ ଆନନ୍ଦଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ l ସେଠାରେ ଡାକ୍ତର ସ୍ନେହଲତାକୁ ମୃତ ଘୋଷଣା କରିଥିଲେ l ସ୍ନେହଲତା ସ୍ଥାନୀୟ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଅଟନ୍ତି l ନନ୍ଦିପଦା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ କରାଇଛି। ଥାନାରେ କେସ ନଂ ୨/୨୦୨୫ ରେ ଏକ ମାମଲା ରୁଜୁ ହୋଇଥିବା ଇନସ୍ପେକ୍ଟର ରବୀନ୍ଦ୍ର ପାତ୍ର କହିଛନ୍ତି l