ଜୟପୁର,୨୧ା୬: ରାଜସ୍ଥାନର ବିକାନେର ଜିଲାରେ ଜଣେ ୨୦ ବର୍ଷୀୟା ଦଳିତ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଲୋକେ ଧାରଣାରେ ବସିଛନ୍ତି। ସେମାନଙ୍କ ସହ ଆନ୍ଦୋଳନରେ ଭାଜପା ନେତାମାନେ ସାମିଲ ହୋଇଛନ୍ତି। ଏନେଇ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ପୋଲିସ ଫୋର୍ସ ମୁତୟନକରାଯାଇଛି। ପୋଲିସ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଖଜୁଓ୍ବାଲା ଅଞ୍ଚଳରୁ ପୀଡ଼ିତାଙ୍କ ମୃତଦେହ ମିଳିଥିଲା। ହେଲେ ଝିଅକୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଝିଅଙ୍କ ବାପା ଅଭିଯୋଗ କରିଛନ୍ତି। ଏପରିକି ଘଟଣାରେ ୨ ପେଲିସ କର୍ମଚାରୀ ସମ୍ପକ୍ତ ଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ପ୍ରଶାସନ ପକ୍ଷରୁ ଘଟଣାରେ ୨ଜଣ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ରହିଥିବାରୁ ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ଘଟଣାସ୍ଥଳରେ ଉଚ୍ଚ ପୋଲିସ ପଦାଧିକାରୀ ଏବଂ ଏଫ୍ଏସ୍ଏଲ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।