ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନ ରବିବାରରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ସମୀରଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ତେବେ ତାଙ୍କ ବାପା ଦିବ୍ୟ ଲୋଚନ ପ୍ରଧାନ ପୁଅ ନିଖୋଜ ନେଇ ଭଟଲି ଥାନାରେ ଏକ ଏତଲା ଦେଇଥିଲେ। ଆଜି ଅର୍ଥାତ୍ ସୋମବାର ସମୀରଙ୍କ ମୃତଦେହ ଏକ ଜଙ୍ଗଲ ମଧ୍ୟରୁ ଜବତ କରାଯାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଭଟଲି ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।