Categories: ଫୁରସତ

ପରୀକ୍ଷା ଖାତାରେ ‘ସାଜନ ଗୀତ’ ଲେଖିଲେ ଛାତ୍ର, ଭାଇରାଲ ହେଉଛି ପେପର୍‌

ପିଲା ବର୍ଷଯାକ କେତେ ପାଠ ପଢିଛନ୍ତି ତାହା ପରୀକ୍ଷାରୁ ଜଣାପଡିଥାଏ। କିଛିଜଣ ପରୀକ୍ଷାରେ ଉତ୍ସାହଜନକ ପ୍ରଦର୍ଶନ କରିଥିବାବେଳେ କିଛିଜଣ ଭଲ ପ୍ରଦର୍ଶନ କରି ନ ଥାନ୍ତି। ତେବେ ନିକଟରେ ଜଣେ ଛାତ୍ରଙ୍କର ପରୀକ୍ଷା ଖାତା ଭାଇରାଲ ହୋଇଛି। ଯାହାକୁ ଆପଣ ଦେଖି ହସି ହସି ବେଦମ୍‌ ହୋଇଯିବେ।

ପରିବେଶ ବିଜ୍ଞାନ ପରୀକ୍ଷା ଖାତାରେ ପ୍ରଦୂଷଣ ରୋକିବା ପାଇଁ ପ୍ରଶ୍ନ ପଚରାଯାଇଥିଲା। ଯେଉଁଥିରେ ଛାତ୍ରଜଣକ ଯାନବାହନ ବିଷାକ୍ତ ଗ୍ୟାସ ଉତ୍ସର୍ଜନ, କାରଖାନା ବର୍ଜ୍ୟବସ୍ତୁକୁ ନେଇ ଉତ୍ତରଲେଖିବା ଆରମ୍ଭ କରିଥିଲେ। କିଛିବାଟ ଲେଖିବା ପରେ ସେ ୧୯୯୧ ଫିଲ୍ମ ସାଜନର ଗୀତ ଲେଖିବା ଆରମ୍ଭ କରିଥିଲେ। ପୁଣି ଗୀତରୁ ଫେରି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଲେଖି ଶେଷ କରିଥିଲେ। ଛାତ୍ରଙ୍କର ଏହି କାରନାମା ପରୀକ୍ଷକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ସେ ହସି ହସି ବେଦମ୍‌ ହୋଇଛନ୍ତି।

Share