ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ

କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍‌. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ ଶ୍ରେଣୀ ଛାତ୍ରୀ ଲିଡ୍‌ଓ୍ବିନା ଜୋସେଫ୍‌। ମହାମାରୀ ସଙ୍କଟରେ ତୁରନ୍ତ ଅକ୍ସିଜେନ୍‌ ଯୋଗାଣ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେବା ଏବଂ ସମସ୍ତଙ୍କୁ ମାଗଣା ଟିକା ଯୋଗାଇବାରେ ସିଜେଆଇଙ୍କ ଭୂମିକା ବେଶ୍‌ ପ୍ରଶଂସନୀୟ ଏବଂ ଏଥିପାଇଁ ସେ ଗର୍ବିତ ବୋଲି ଜୋସେଫ୍‌ ଲେଖିଛନ୍ତି। ପତ୍ରରେ ସେ ଏକ ଚିତ୍ର ମଧ୍ୟ ଆଙ୍କିଛନ୍ତି, ଯେଉଁଠି ନ୍ୟାୟାଳୟ କରୋନା ଉପରେ ପ୍ରହାର କରୁଥିବା ଦେଖିବାକୁ ମିଳିଛି। ଏଭଳି ‘ସୁନ୍ଦର ପତ୍ର’ ପାଇଁ ଜୋସେଫ୍‌ଙ୍କୁ ସିଜେଆଇ ଶୁଭକାମନା ଜଣାଇଛନ୍ତି।

Share