ମୋରଡ଼ା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନଙ୍କୁ ଜଣେ ବ୍ୟକ୍ତି ନିଜ କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିସରରେ ଚାଷ କାର୍ଯ୍ୟ ଓ ଘର ପାଇଁ ପାଣି ଆଣିବା କାର୍ଯ୍ୟରେ ଛାତ୍ରମାନଙ୍କୁ ଲଗାଯାଉଛି। ପିଲାମାନେ କଲମ ଧରିବା ବୟସରେ ହାତରେ କୋଦାଳ ଧରି ଚାଷ କାର୍ଯ୍ୟ କରୁଛନ୍ତି। ଏବାବଦରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସମ୍ପୃକ୍ତ ବ୍ୟକ୍ତିଜଣକ ବିଦ୍ୟାଳୟର କୌଣସି କର୍ମଚାରୀ ନୁହନ୍ତି। ସେ ବିଦ୍ୟାଳୟର ପ୍ରତିଷ୍ଠାତା। ପିଲାମାନେ ବିଦ୍ୟାଳୟ ପରିସରରେ ଥିବା ଏକ ମେସରେ ରହୁଛନ୍ତି। ପିଲାମାନଙ୍କୁ ଏପରି କାର୍ଯ୍ୟରେ ଲଗାଯିବା ତାଙ୍କ ଦୃଷ୍ଟିକୁ ଆସିନାହିଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ପିଲାମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ବ୍ୟକ୍ତିଜଣକ ଜଣେ ସରକାରୀ କର୍ମଚାରୀ ଓ ସେ ବିଦ୍ୟାଳୟ ପରିସରରେ ଏକ ଘରୋଇ ମେସ କରି ପିଲାମାନଙ୍କୁ ସେଠାରେ ରଖି ଏଭଳି କାର୍ଯ୍ୟ ଚଳାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।