ଛାତ୍ରୀଛାତ୍ର ପଡ଼ିଆରେ ଖାଉଛନ୍ତି ମଧ୍ୟାହ୍ନଭୋଜନ

ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ପ୍ରଥମେ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ସ୍କୁଲ ପରିଚାଳନା କମିଟିର ସଭାପତି, ସଦସ୍ୟ, ସ୍ଥାନୀୟ ସମିତି ସଭ୍ୟଙ୍କ ସମେତ ଅନ୍ୟମାନେ ଏ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ଛାତ୍ରୀଛାତ୍ରଙ୍କ ମୌଳିକ ସମସ୍ୟାର ସମାଧାନ ନ ହେଲେ ସେମାନେ ସ୍କୁଲ ସମ୍ମୁଖରେ ଧାରଣା ଦେବେ। ଏପରି କି ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲରୁ ଫେରାଇ ନେବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ,ନୂଆଗାଁ ବ୍ଲକ ଚାହାଳି ପଞ୍ଚାୟତରେ ୧୯୭୨ରେ ପ୍ରତିଷ୍ଠା ହୋଇଥିବା ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଉକ୍ତ ସ୍କୁଲଟି ନୂଆଗାଁ ବ୍ଲକରେ ପ୍ରଥମ କରି ୨୦୨୧ରେ ୫-ଟି ଯୋଜନାରେ ସାମିଲ ହୋଇ ରୂପାନ୍ତରିତ ହୋଇଥିଲା। ୫-ଟି ଯୋଜନାରେ ଉକ୍ତ ସ୍କୁଲରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ତଥାପି ସ୍କୁଲରେ ନାନା ଅବ୍ୟବସ୍ଥା ଲାଗି ରହିଛି। ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ଯାଏ ୨୩୩ ଜଣ ଛାତ୍ରୀଛାତ୍ର ରହିଛନ୍ତି। ସେମାନଙ୍କୁ ପାଠ ପଢାଇବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି। ନବମ ଓ ଦଶମ ଶ୍ରେଣୀରେ ୮୬ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ପାଇଁ ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି। କିନ୍ତୁ ହିନ୍ଦୀ କିମ୍ବା ସଂସ୍କୃତ ଶିକ୍ଷକଙ୍କ ଅଭାବ ରହିଛି। ଶ୍ରେଣୀଗୃହ ଅଭାବରୁ ଗୋଟିଏ ଘରେ ୨ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପାଠ ପଢାଯାଉଛି। ମୋ ସ୍କୁଲ ଅଭିଯାନ ଅନୁଦାନରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ଡାଇନିଂ ହଲ୍‌ ନିର୍ମାଣ କରାଯାଇଛି। ଏହି ଗୃହର ଉଦ୍‌ଘାଟନୀ ଉତ୍ସବରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ଏପରି ବ୍ୟବସ୍ଥା ଜିଲାରେ କେଉଁଠି ନାହିଁ ବୋଲି କହିଥିଲେ। କିନ୍ତୁ ଶ୍ରେଣୀଗୃହ ଅଭାବରୁ ସେହି ଡାଇନିଂ ହଲରେ ପାଠପଢା ଯାଉଥିବାରୁ ଛାତ୍ରୀଛାତ୍ରମାନେ ସ୍କୁଲ ପଡିଆ କିମ୍ବା ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ୫-ଟି ଯୋଜନାରେ ସ୍କୁଲ ପରିସରକୁ ସବୁଜିମା ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ହେଲେ ଲଗାଯାଇଥିବା ଗଛରେ ପାଣି ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ପାଣିର ଅଭାବ ଦୀର୍ଘ ଦିନ ଧରି ଲାଗି ରହିଛି। ଏପରି କି ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ କରିବା ପରେ ବାସନ ଧୋଇବା ପାଇଁ ପାଣି ନାହିଁ। ଏପରି ଅବ୍ୟବସ୍ଥା ବାବଦରେ ଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିବା ସହ ସମିତି ସଭ୍ୟ ସମିତି ବୈଠକରେ ଅଭିଯୋଗ ଆଣିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ୧ ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି, ଶ୍ରେଣୀ ଗୃହ ନିର୍ମାଣ ବ୍ୟବସ୍ଥା କରା ନ ଗଲେ ସ୍କୁଲ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ସଭ୍ୟ ପ୍ରଦୀପ୍ତ କୁମାର ନାଥ, ସନ୍ତୋଷ ବେହେରା, ଲକ୍ଷ୍ମୀପ୍ରିୟା ଆଦି ସ୍କୁଲ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Terror Attack: ହନିମୁନ ପାଇଁ ହିମାଂଶୀଙ୍କ ସହ ୟୁରୋପ ଯାଇଥାଆନ୍ତେ ନେଭି ଅଫିସର ବିନୟ, ହେଲେ ଭାଗ୍ୟରେ ଥିଲା…

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ମଧ୍ୟ ଅଛନ୍ତି। ଲେଫ୍ଟନାଣ୍ଟ ବିନୟ ନରୱାଲ ମାତ୍ର ୮ ଦିନ...

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ୫ ଛାତ୍ରୀଛାତ୍ରଙ୍କ ସମେତ ୧୦ ଆହତ

ଛତ୍ରପୁର,୨୩।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ଉଜଳେଶରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ବୁଧବାର ଏକ ଦୁର୍ଘଟଣା ହୋଇଛି। ସ୍କୁଲ ଖରା ଛୁଟି ହୋଇଯିବା ପରେ...

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

ପ୍ଲିଜ୍‌ ଗୁଳି କର ନାହିଁ… ସୈନିକଙ୍କୁ ଆତଙ୍କବାଦୀ ଭାବିଦେଲେ ଲୋକେ: ଭାଇରାଲ ହେଉଛି ହୃଦୟବିଦାରକ ଭିଡିଓ

ଶ୍ରୀନଗର,୨୩।୪: ଆତଙ୍କବାଦୀଙ୍କ ହୃଦୟ ନାହିଁ। ସେମାନେ ଯେକୌଣସି ବ୍ୟକ୍ତିଙ୍କ ଜୀବନ ନେଇପାରନ୍ତି। ଏକଥା ବହୁତ ଥର ଶୁଣିଥିବେ, କିନ୍ତୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକମାନେ ଏହି ଭଳି...

ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ୨ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ବୁଧବାର ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଏକ ସଫଳତା ମିଳିଛି। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ...

Pahalgam Attack: କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ପାହାଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଛି। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବା ଜଣାପଡିଛି। ଏହି...

ମୋଦିଙ୍କ ସହ ଏକାଠି ହେଲେ ଟ୍ରମ୍ପ-ପୁଟିନ୍‌, ପାକ୍‌ ଉପରେ ହେବ ବଡ଼ ଏୟାରଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ତଦନ୍ତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ...

ପହଲଗାମ ଆତଙ୍କବାଦୀ ଆକ୍ରମଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମଓ ଦ୍ୱାରା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image