ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମାଲକାନଗିରି ସହର ବୁଥ ନମ୍ବର ୬୫ରେ ଜଣେ କଲେଜ ଛାତ୍ରୀ ଦିବ୍ୟଶ୍ରୀ ପାତ୍ର ପ୍ରଥମଥର ଭୋଟ ଦେଉଥିବାରୁ ସେ ଖୁସି ବ୍ୟକ୍ତ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।