ଭୋଗରାଇ,୧୩।୨: ଫି’ ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦ୍ଦା କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଶନିବାର କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ୪ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିଲା।
ଚଳିତ ବର୍ଷ କଲେଜ କର୍ତ୍ତୃପକ୍ଷ ୫୨୦ ଟଙ୍କାରୁ ୧୦୫୦ ଟଙ୍କା ଫି’ ବୃଦ୍ଧି କରିଥିବା ଅଭିଯୋଗ ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ କରୋନାରେ ଅଭିିଭାବକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଯାଇଥିବା ବେଳେ କଲେଜ କର୍ତ୍ତୃପକ୍ଷ ଅହେତୁକ ଫି’ ବୃଦ୍ଧି କରିଥିବାରୁ ଏହାର ପ୍ରତିବାଦ କରାଯାଇଛି ବୋଲି ଛାତ୍ରୀଛାତ୍ରମାନେ ପ୍ରକାଶ କରିଛନ୍ତି। ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ପହଞ୍ଚତ୍ ଆନ୍ଦୋଳନରତ ଛାତ୍ରୀଛାତ୍ର, କଲେଜ ଅଧ୍ୟକ୍ଷ, କର୍ମଚାରୀ ଓ ପରିଚାଳନା କମିଟି ସହିତ ଆଲୋଚନା କରି ଛାତ୍ରୀଛାତ୍ରଙ୍କ ଦାବିକୁ ଜିଲା ପ୍ରଶାସନକୁ ଜଣାଇବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।