Categories: ଜାତୀୟ

ଛାତ୍ରୀଛାତ୍ରଙ୍କୁ ଅଷ୍ଟ୍ରେଲିଆ ମନା

ନୂଆଦିଲ୍ଲୀ,୧।୧୦: ଧିରେଧିରେ କୋଭିଶିଲ୍ଡକୁ ଅନେକ ଦେଶ ମାନ୍ୟତା ଦେଉଛନ୍ତି। ଏବେ ଅଷ୍ଟ୍ରେଲିଆ ମଧ୍ୟ କୋଭିଶିଲ୍ଡକୁ ଦେଇଛି ସବୁଜ ସଙ୍କେତ। ଶୁକ୍ରବାର ଅଷ୍ଟ୍ରେଲିଆ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଟିକା କୋଭିଶିଲ୍ଡକୁ ଅନୁମତି ଦେଇଛି।
ଏଣିକି ଅଷ୍ଟ୍ରେଲିଆ ଯିବାକୁ ଚାହୁଁଥିବା ବ୍ୟକ୍ତିମାନେ ଆରାମରେ ଯାତ୍ରା କରିପାରିବେ। ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ ଏ ନେଇ ଏକ ବିବୃତ୍ତି ଦିଆଯାଇଛି। ଏହି ବିବୃତ୍ତିରେ ଛାତ୍ରୀଛାତ୍ରମାନଙ୍କୁ ଅନୁମତି ମିଳିନାହିଁ।

Share