ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ଲୋୟର ପିଏମ୍‌ଜିରେ ଛାତ୍ରୀଛାତ୍ରଙ୍କ ଧାରଣା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ମାଟ୍ରିକ ପରୀକ୍ଷା ପରେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର। ଗୁରୁବାର ରାଜଧାନୀର ଲୋୟର ପିଏମ୍‌ଜିଠାରେ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ବିକ୍ଷୋଭ କରିଛନ୍ତି। ଯଦି ଦଶମ ଶ୍ରେଣୀ ପିଲାଙ୍କୁ କରୋନା ହେବାର ଭୟ ରହିଛି, ତେବେ ଆମକୁ କାହିଁକି ନୁହେଁ। ଏଥିସହ ପାଠପଢ଼ାରେ ଅନିୟମିତତା ଦର୍ଶାଇ ଛାତ୍ରୀଛାତ୍ରମାନେ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି କରିଛନ୍ତି।

ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖି କହିଛନ୍ତି, ଯୁକ୍ତ ୨ ପରୀକ୍ଷାର୍ଥୀ ପାଠପଢ଼ାରେ ମନ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ଜୁନ୍‌ରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ସରକାରଙ୍କ ଇଚ୍ଛା ନ ଥିଲା। ହେଲେ ପରିସ୍ଥିତିକୁ ଦେଖି ଏପରି କରିବାକୁ ବାଧ୍ୟ ହୋଇଛୁ।

Share