Advertisement

ରାସ୍ତା ଅବରୋଧ କଲେ ଛାତ୍ରୀ

ଧାମନଗର, ୪।୩ (ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ମଙ୍ଗଳବାର କିଛି ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିଲେ। ଏହି ଘଟଣାକୁ ଚପାଇ ଦେବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଉଦ୍ୟମ କରିଥିବା ଅଭିଯୋଗ ପରେ ଗୁରୁବାର ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ତାଙ୍କୁ ୭ ଦିନ ପାଇଁ ବିଦ୍ୟାଳୟକୁ ନ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପ୍ରତିବାଦରେ କେତେଜଣ ଛାତ୍ରୀ ଓ ଅଭିଭାବକ ଶୁକ୍ରବାର ବିଦ୍ୟାଳୟ ଫାଟକ ବନ୍ଦ କରି ଧୂଷୁରୀ ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରିଥିଲେ। ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାସ୍ତା ଅବରୋଧ ପରେ ଧାମନଗର ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭୀମସେନ ହୋ ଓ ଧୂଷୁରୀ ଥାନା ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପିଲାମାନଙ୍କ ସହ ଆଲୋଚନା ପରେ ବିଦ୍ୟାଳୟ କାର୍ଯ୍ୟରୁ ମୌଖିକ ଭାବେ ନିବୃତ୍ତ ରଖାଯାଇଥିବା ଶିକ୍ଷୟିତ୍ରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦାନ ଏବଂ ଶିକ୍ଷକ ଅଭାବ ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସମାଧାନ ହୋଇଥିଲା। ପ୍ରକାଶଥାଉ କି, ଘଟଣା ଚପାଇବାକୁ ଉଦ୍ୟମ କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ଗୁରୁବାର କେତେଜଣ ଛାତ୍ରୀ ଓ ଅଭିଭାବକ ଜିଦ୍‌ ଧରିଥିବା ବେଳେ ଶୁକ୍ରବାର ତାଙ୍କ ସପକ୍ଷରେ ରାସ୍ତା ଅବରୋଧ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share