ଅପରାହ୍ନ ୨ଟା ପରେ ଓ୍ବେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ ଛାତ୍ରୀଛାତ୍ର, କିଭଳି ଜାଣନ୍ତୁ…

କଟକ ଅଫିସ,୬।୭: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଦିନ ଦୁଇଟା ପରେ ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ । ପରୀକ୍ଷାର୍ଥୀମାନେ WWW.BSEODISHA.AC.INORISSARESULTS.NIC.IN ଓ୍ବେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ। ଏହାଛଡ଼ା ଏସ୍‌ଏମ୍‌ଏସ୍‌ ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ପରିକ୍ଷାର୍ଥୀମାନେ OR (୧୦) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ନିଜ ରେଜଲ୍ଟ ପାଇପାରିବେ ।

ପ୍ରକାଶ ଯେ, ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତରହିଛି। ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୫,୧୭,୮୪୭ଜଣ ପିଲା ପାସ କରିଥିବାବେଳେ ୮୬୯୯ଜଣ ପିଲା ଫେଲ ହୋଇଛନ୍ତି । ୨,୫୬,୮୭୭ଜଣ ଛାତ୍ର ପାସ କରିଥିବାବେଳେ ୨,୬୦,୯୬୦ଜଣ ଛାତ୍ରୀ ପାସ କରିଛନ୍ତି । ଏ-୧ରେ ୮୧୧୯ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ଏ-୨ରେ ୫୪,୮୮୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ କରିଛନ୍ତି । ତେବେ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇ ପାରିବେ । ରି-ଚେକିଂ ପାଇଁ ଜୁଲାଇ ୧୧ରୁ ଅନଲାଇନ ଯୋଗେ ଆବେଦନ କରାଯାଇପାରିବ । ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

Share