ଦୀକ୍ଷାନ୍ତ ସମାରୋହରେ ଜେଲେନେସ୍କିଙ୍କ ଭଳି ପୋଷାକ ପିନ୍ଧି ପହଞ୍ଚିଲେ ଛାତ୍ର…

ଟୋକିଓ,୨୮।୩ : ଜାପାନର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଷ୍ଟାଇଲରେ ସ୍ନାତକ ଦୀକ୍ଷାନ୍ତ ସମାରୋହରେ ପହଞ୍ଚିଛନ୍ତି। ପୋଷାକଠାରୁ ଆରମ୍ଭ କରି ଦାଢ଼ି ପର୍ଯ୍ୟନ୍ତ, ତାଙ୍କର ସମସ୍ତ ବେଶଭୁଷା ଜେଲେନସ୍କି ଭଳି ସମାନ ଥିଲା। ଖବର ଅନୁଯାୟୀ, ୟୁକ୍ରେନକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଛାତ୍ର ଏହା କରିଥିଲେ। ଛାତ୍ରଙ୍କ ନାମ ଆମିକି ।

ଆମିକି ୟୁକ୍ରେନ ରାଷ୍ଟ୍ରପତିଙ୍କ ଆଇକନିକ ସବୁଜ ଲମ୍ବା ହାତର ଟପ ପିନ୍ଧି ଗ୍ରାଜୁଏଶନ ସମାରୋହରେ ପହଞ୍ଚିଥିବାର ଦେଖାଯାଇଥିଲା। ଛାତ୍ର ଜାପାନର ନ୍ୟୁଜ ନେଟୱାର୍କ ୟୋମିରିକୁ କହିଛନ୍ତି ଦାଢ଼ି ବଢ଼ାଇବାକୁ ତାଙ୍କୁ ତିନି ମାସ ସମୟ ଲାଗିଛି। କାଇଟୋ ସିଟି ୟୁନିଭରସିଟି ଅଫ ଆର୍ଟସ ସ୍ନାତକ ଦୀକ୍ଷାନ୍ତ ସମାରୋହରେ ଶିକ୍ଷାର୍ଥୀମାନେ ଯେଉଁ ପୋଷାକ ଚାହିଁବେ ତାହା ପିନ୍ଧିବାକୁ ଅନୁମତି ପ୍ରଦାନ କରାଯାଇଥାଏ। ଏହି କାରଣରୁ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧିଥାନ୍ତି। ଅତୀତର ଶିକ୍ଷାର୍ଥୀମାନେ ପୋକେମନ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପରି ପୋଷାକ ପିନ୍ଧିବାର ମଧ୍ୟ ନଜିର ରହିଛି।

ଜେଲେନସ୍କିଙ୍କ ଗେଟଅପରେ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିବା ଏହି ଛାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଯେତେବେଳେ ସେ ଡିସେମ୍ବର ମାସରେ ଦାଢ଼ି ବଢ଼଼ାଉଥିଲେ, ଲୋକମାନେ କହିଥିଲେ ଯେ ସେ ଜେଲେନସ୍କି ପରି ଦେଖାଯାଉଛନ୍ତି। ସେବେଠାରୁ ସେ ସ୍ଥିର କଲେ ଯେ ସେ ଜେଲେନସ୍କିଙ୍କ ପରି ପୋଷାକ ପିନ୍ଧି ସ୍ନାତକ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ୟୁକ୍ରେନବାସୀଙ୍କୁ ସମର୍ଥନ କରିବେ।

Share