ଆଉ ହେବନି କ୍ଲାସ: ଏ ବର୍ଷ ବି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ପିଲା ପାସ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଏବେ ସ୍କୁଲ ଖୋଲାଥିଲେ ମଧ୍ୟ ପିଲାମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ହେବନାହିଁ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରୀକ୍ଷା ନକରି କ୍ଲାସ ପ୍ରମୋସନ କରାଯିବ। ଏନେଇ ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସ୍ଥିତି ଯାହା ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ବିଧିବଦ୍ଧ ନିଷ୍ପତ୍ତି ହୋଇ ନ ଥିଲେ ବି ଆପାତତଃ ଏହା ହିଁ ସ୍ଥିର ହୋଇଛି। କ୍ଲାସ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫ୍‌ ଲାଇନ୍‌ରେ ହେବ। ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ନ ପାରେ ବୋଲି ମନ୍ତ୍ରୀ କହିଛନ୍ତି।

Share