Categories: ଫୁରସତ

ବିମାନରେ କଲେଜ ଯାଉଛନ୍ତି ଛାତ୍ର, କହିଲେ ଘରଭଡାଠାରୁ କମ ପଡୁଛି ଟିକେଟ ମୂଲ୍ୟ

ଓଟାଓ୍ବା: କଲେଜ ଯିବାକୁ କିଏ ପସନ୍ଦ କରନ୍ତି ନାହିଁ? ଅଳ୍ପ ବୟସରେ, ଅନେକ ପିଲା କଲେଜ ଯିବା ବିଷୟରେ ବିଭିନ୍ନ ଯୋଜନା କରନ୍ତି। ବିଶେଷକରି ପିଲାମାନେ କଲେଜ ଯିବା କଥା ଚିନ୍ତା କଲେ କେଉଁ ଗାଡି ନେବେ କିମ୍ବା କିପରି ଯିବେ ଏହା ଉପରେ ଗୁରୁତ୍ୱ ଦେଇଥାଆନ୍ତି। ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା କାନାଡାରୁ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, କୌଲଗରୀର ଜଣେ କାନାଡିୟ କଳା ଛାତ୍ର ଭାନକୋଭରରେ ମହଙ୍ଗା ଭଡାକୁ ଏଡାଇବା ପାଇଁ ଏକ ସହଜ ଉପାୟ ପାଇଛନ୍ତି। ସେ ସପ୍ତାହରେ ଦୁଇଥର କୌଲଗରୀରୁ ଭାନକୋଭରକୁ ବିମାନରେ ଯାତ୍ରା କରନ୍ତି। ପ୍ରତି ରାଉଣ୍ଡ-ଟ୍ରିପ ଉଡ଼ାଣ ପାଇଁ ଏହାର ମୂଲ୍ୟ ପ୍ରାୟ ୧୫୦ଡଲାର୍‌, ଯାହା ମାସକୁ ପ୍ରାୟ ୧୨୦୦ ଡଲାର୍‌ (ପ୍ରାୟ ୧ ଲକ୍ଷ ଟଙ୍କା) ସହ ସମାନ ହୋଇଥାଏ। ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ନ୍ୟୁଜ ଭାନକୋଭର ସହିତ ତାଙ୍କ ବାର୍ତ୍ତାଳାପର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

Share