‘ଖାଦ୍ୟାଭାବରୁ ଛାତ୍ରୀଛାତ୍ରଙ୍କୁ ବରଫ ଖାଇବାକୁ ପଡୁଛି’

ସିମୁଳିଆ,୮ା୩(ଡି.ଏନ.ଏ.) ୟୁକ୍ରେନର ମିକୋଲାଇଭରୁ ମୁଲଡାବା ଓ ସେଠାରୁ ରୋମାନିଆ ଆଦି ୩ଟି ଦେଶ ପାରିହୋଇ ଡାକ୍ତରୀ ଛାତ୍ରୀ ଭାରତୀ ମହାନ୍ତି(୨୩) ଗାଁରେ ପହଞ୍ଚିଛନ୍ତି। ଭାରତୀଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଈଶ୍ୱରପୁର ଅଞ୍ଚଳରେ। ଦୀର୍ଘ ୪ବର୍ଷ ପରେ ସେ ଗାଁକୁ ଫେରିଛନ୍ତି ା ପଞ୍ଚମ ବର୍ଷର ଛାତ୍ରୀ ଭାରତୀ ୟୁକ୍ରେନର ମିକୋଲାଇଭରେ ରହି ଡାକ୍ତରୀ ପାଠ ପଢୁଥିବା ବେଳେ ଯୁଦ୍ଧ ସମୟରେ ଭାରତ ଫେରିବାର ଅନୁଭୂତି ବଖାଣିଛନ୍ତି ା
ସେ ସେଠାକାର ପେଟ୍ରୋମହିଲା ବ୍ଲକସି ନ୍ୟାଶନାଲ ୟୁନିଭର୍ସିଟିରେ ପାଠ ପଢନ୍ତି ା ମୋଟ ୭ଶହ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫ଶହ ଛାତ୍ରୀଛାତ୍ର ହଷ୍ଟେଲରେ ରହନ୍ତି। ଗତ ୨୪ତାରିଖ ସକାଳ ୫ଟାରେ ଯୁଦ୍ଧ ଆରମ୍ଭ ସମ୍ପର୍କରେ ସୂଚନା ମିଳିବା ପରେ ବଙ୍କର ଭିତରକୁ ଅନ୍ୟମାନଙ୍କ ସହିତ ସେ ଚାଲିଯାଇଥିଲେ ା ଖାଦ୍ୟପେୟର ଘୋର ଅଭାବ ସହିତ ଭୟରେ ସମୟ କଟୁଥିଲା ା ଏପରିକି ୧୦ଟଙ୍କା ଦାମ୍‌ର ବିସ୍କୁଟ ପ୍ୟାକେଟ ୭୦ଟଙ୍କାରେ କିଣିବାକୁ ପଡୁଥିଲା ା ପରେ ଗତ ମାର୍ଚ୍ଚ ୧ ସକାଳ ୯ଟାରେ ୬ହଜାର ଟଙ୍କା ବସ୍‌ ଟିକେଟ କାଟି ମିକୋଲାଇଭରୁ ୪ଟି ବସ୍‌ ରିଜର୍ଭ କରି ୫ଶହ ଛାତ୍ରୀଛାତ୍ର ବାହାରିଥିଲେ ା ଜୀବନ ବଞ୍ଚାଇବା ପାଇଁ ଠେଲାପେଲାରେ ତାଙ୍କ ହାତରେ ଆଘାତ ଲାଗିଥିବା ସେ ଦେଖାଇଥିଲେ। ରାସ୍ତାରେ ବିଭିନ୍ନ ସୈନ୍ୟଙ୍କ ମୃତଦେହ ପଡିଥିବା ଦେଖାଯାଉଥିଲା। ଟ୍ରାଫିକ ଜାମ୍‌ ସହିତ ୩୮ଘଣ୍ଟା ପରେ ସେ ରୋମାନିଆରେ ପହଞ୍ଚିଥିଲେ ା ସେଠାରେ ଭାରତୀୟମାନଙ୍କୁ ବହୁତ ଶ୍ରଦ୍ଧା ସମ୍ମାନ ମିଳିଥିଲା ା ଏପରିିକି ରୋମାନମାନେ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିଲେ ା ରୋମାନିଆରେ ୫ଦିନ ରହିବା ପରେ ଭାରତ ସରକାରଙ୍କ ସହଯୋଗରେ ଛାତ୍ରୀଛାତ୍ରମାନେ ୬ତାରିଖରେ ମୁମ୍ବାଇ ଓ ସେଠାରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଗତ ରାତିରେ ଭୁବନେଶ୍ୱର ପହଞ୍ଚିବା ପରେ ସ୍ବତନ୍ତ୍ର କାର୍‌ରେ ସୋମବାର ଅପରାହ୍ନରେ ଭାରତୀ ଗାଁରେ ପହଞ୍ଚିଥିଲେ। ତେବେ ତାଙ୍କ କଲେଜର ଆହୁରି ୨ଶହ ଛାତ୍ରୀଛାତ୍ର ଆସି ନ ପାରିବା ସହିତ ୟୁକ୍ରେନର ସୁମିରେ ଅନ୍ୟ ଏକ ୟୁନିଭର୍ସିଟିରେ ପଢୁଥିବା ୮ଶହ ଛାତ୍ରୀଛାତ୍ର ଖାଦ୍ୟ ଅଭାବରେ ଥଣ୍ଡାରେ ପଡୁଥିବା ବରଫକୁ ଖାଉଥିବା କହିଛନ୍ତି। ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ସରକାର ଉଦ୍ଧାର କରିବା ପାଇଁ ସେ ନିବେଦନ କରିଛନ୍ତି ା ଅପରପକ୍ଷେ ଛାତ୍ରୀଛାତ୍ରଙ୍କ କ୍ୟାରିୟର ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri