Advertisement

ମୋଦିଙ୍କୁ ଉପହାର ଦେଇ ଚର୍ଚ୍ଚାରେ ଛାତ୍ର

ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦୁବାଇରେ ପଢୁଥିବା ଜଣେ ଭାରତୀୟ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶେଷ ପ୍ରତିକୃତି ତିଆରି କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ସେହି ପ୍ରତିକୃତିକୁ ଟୁଇଟ କରି ସୂଚନା ଦେଇଛନ୍ତି। ଶରଣ ଶଶିକୁମାର ନାମକ କେରଳର ୧୪ ବର୍ଷୀୟ ଛାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଛଅ ପରସ୍ତିଆ ଷ୍ଟେନ୍ସିଲ ପ୍ରତିକୃତି ତିଆରି କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ମୁରଲୀଧରନ ୩ ଦିନିଆ ‘ସଂଯୁକ୍ତ ଆରବ ଏମିରେଟ’ ଗସ୍ତର ଶେଷ ଦିନରେ ଏହି କଳାକୃତିଟି ଗ୍ରହଣ କରିଥିଲେ। ଏହି ଅବସରରେ ଶରଣ ଏବଂ ତାଙ୍କ ପିତାମାତା ଉପସ୍ଥିତ ଥିଲେ। ମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ୟୁଏଇରେ ବସବାସ କରୁଥିବା କେରଳର ମେଧାବୀ ଚିତ୍ରଶିଳ୍ପୀ ଶରଣ ଶଶି କୁମାରଙ୍କୁ ଦୁବାଇରେ ଭେଟି ଆନନ୍ଦ ପ୍ରକାଶ କରୁଛି। ସାଧାରଣତନ୍ତ୍ର ଦିବସର ଉପହାର ଭାବେ ସେ ଏହି ସୁନ୍ଦର କଳା ପ୍ରତିକୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଛନ୍ତି। ଏହି କଳାକୃତିକୁ ସମ୍ପୂର୍ଣ୍ଣ କରିବାକୁ ଶରଣଙ୍କୁ ଛଅ ଘଣ୍ଟା ଲାଗିଥିଲା। ଶରଣ ନବମ ଶ୍ରେଣୀରେ ପଢୁଛନ୍ତି। ୨୦୨୦ ଅକ୍ଟୋବରରେ ମଧ୍ୟ ଶରଣ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ୫ ପରସ୍ତିଆ ପ୍ରତିକୃତି ପ୍ରସ୍ତୁତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share