ସ୍କୁଲ ପୂଜା ପାଇଁ ଛାତ୍ର ଗଢ଼ିଲେ ୪ ଫୁଟର ଗଣେଶ ମୂର୍ତ୍ତି

ଡାବୁଗାଁ, ୧୮।୯ (ପ୍ରଜ୍ଞାରଞ୍ଜନ ପରିଡ଼ା):  ଗଣେଶ ପୂଜା। ପାଇଁ ସ୍କୁଲମାନଙ୍କରେ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି କେଉଁଠୁ କିଣାଯିବ, ସାଜସଜ୍ଜା କିପରି ହେବ ତାହାକୁ ନେଇ ସମସ୍ତେ ବ୍ୟସ୍ତ। ସାଧାରଣତଃ ବିଦ୍ୟାଳୟରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବାବେଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡ଼ଓଲମା ଆଶ୍ରମ ବିଦ୍ୟାଳୟ (ପୁରୁଣା)ରେ ୨ ଛାତ୍ର ନିଜେ ତିଆରି କରୁଛନ୍ତି ୪ ଫୁଟର ଆକର୍ଷଣୀୟ ଗଣେଶ ମୂର୍ତ୍ତି। ମଙ୍ଗଳବାର ସ୍କୁଲରେ ଏହି ଗଣେଶଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯିବ।
ବଡ଼ଓଲମା ଆଶ୍ରମ ବିଦ୍ୟାଳୟର ୧୦ମ ଶ୍ରେଣୀର ଶଙ୍କର ଜାନୀ ଓ ଲକ୍ଷ୍ମୁ ଭତ୍ରା ଚଳିତବର୍ଷ ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କରିବାକୁ ଚିନ୍ତା କରିଥିଲେ। ଏ ସମ୍ପର୍କରେ ସେମାନେ ପ୍ରଧାନ ଶିକ୍ଷକ ସଞ୍ଜୀବ ପଣ୍ଡାଙ୍କୁ କହିଥିଲେ। ପିଲାମାନଙ୍କ ଆଗ୍ରହ ଦେଖି ପ୍ରଧାନଶିକ୍ଷକ ଅନୁମତି ଦେଇଥିଲେ। ସେମାନେ ମୂର୍ତ୍ତି ପାଇଁ କାଠ, ମାଟି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିଲେ। ୧୫ ଦିନ ପୂର୍ବରୁ ମୂର୍ତ୍ତି ତିଆରି ସାରିବା ପରେ ପ୍ରଧାନ ଶିକ୍ଷକଙ୍କୁ ରଙ୍ଗ ପାଇଁ କହିଥିଲେ। ୩ ଦିନ ତଳେ ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ରଙ୍ଗ ଓ ତୂଳୀ ଯୋଗାଇ ଦେଇଥିଲେ। ଶଙ୍କର ଓ ଲକ୍ଷ୍ମୁଙ୍କୁ ଅନ୍ୟ ଶ୍ରେଣୀର ଛାତ୍ର ବୁଲୁ ମାଝି, ବସନ୍ତ ହରିଜନ, କମଳଦାସ ଭତ୍ରା ସହଯୋଗ କରିଥିଲେ। ଶିକ୍ଷକ ଭୋଜରାଜ ମାଝି ଓ ଜଗଦୀଶ ସାହୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ କରିଥିଲେ। ଭବିଷ୍ୟତରେ ଭଲ ଶିଳ୍ପୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଉଭୟ ଶଙ୍କର ଓ ଲକ୍ଷ୍ମୁ କହିଛନ୍ତି। ମୂର୍ତ୍ତି ତିଆରି କରିବା ପାଇଁ ପିଲାମାନଙ୍କ ମନରେ ଇଚ୍ଛା ଓ ଭକ୍ତି ଥିଲା। ମୂର୍ତ୍ତି ତିଆରି କରିବା ଦିନଠାରୁ ସେମାନେ ଆମିଷ ଛାଡି ନିରାମିଷ ଖାଦ୍ୟ ଗ୍ରହଣ କରୁଛନ୍ତି। ଏହି ମୂର୍ତ୍ତି ତିଆରି ଯୋଗୁ ସେମାନଙ୍କ ପାଠପଢ଼ାରେ କୌଣସି ବ୍ୟାଘାତ ହେଉନାହିଁ। ସ୍କୁଲ ଛୁଟିପରେ ଅପରାହ୍ନରେ ସେମାନେ ନ ଖେଳି ମୂର୍ତ୍ତି ତିଆରି କାମ କରୁଥିଲେ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୌରପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ: କ୍ୟାଶିୟର ଗିରଫ, ଏବେ ବି ଫେରାର ଅଛନ୍ତି ୨ ମାଷ୍ଟରମାଇଣ୍ଡ୍‌

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ମାମଲାରେ ସ୍ଥାନୀୟ ଟାଉନ୍‌ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବୁଧବାର ପୋଲିସ ପୌରପରିଷଦରେ କାର୍ଯ୍ୟରତ...

ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଗାଡ଼ି ଧକ୍କାରେ ୨ ଛାତ୍ରୀଛାତ୍ର ଆହତ, ବଡ଼ ପଦକ୍ଷେପ ନେଲେ ପ୍ରଭାତୀ

ଗୋପ,୨୫।୯: ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍...

ରେଳ ବିଭାଗରେ ଚାକିରି ନାଁରେ ୭ ଲକ୍ଷ ଠକେଇ: ଭୁବନେଶ୍ବରରୁ ଜଣଙ୍କୁ ଗିରଫକଲା ମାଲକାନଗିରି ପୋଲିସ

ମାଲକାନଗିରି, ୨୫ା୯(ଦୁର୍ଯ୍ୟୋଧନ ପାତ୍ର): ରେଳ ବିଭାଗରେ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ବୁଧବାର...

ନାବାଳିକା ଛାତ୍ରୀଙ୍କୁ ଅପହରଣ, ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

ଗଞ୍ଜାମ,୨୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗ୍ରାମର ୮ ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ଗାଁର  କାଳିଆ ବାଡ଼ତ୍ୟା ବିଭିନ୍ନ...

ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ…

ଭୁବନେଶ୍ୱର,୨୫ା୯: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନରେ ପୁଡ୍‌ ଅଫିସର ନିଯୁକ୍ତି ହେବେ। ଏହି ଅଫିସର...

ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍‌) ଉଦ୍‌ଘାଟିତ ହୋଇଯାଇଛି। ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌...

୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର

ଛତ୍ରପୁର,୨୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ଇଣ୍ଡଷ୍ଟ୍ରିଆଲ୍‌ ପରିସରରେ ଥିବା ଦୀପ ଫର୍ଟିଲାଇଜର ଫ୍ଲାଟ୍‌ ପରିସରରୁ ଅଗଷ୍ଟ ୩୧ ରାତିରେ ୬୦...

ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଡିଓଙ୍କୁ ଦେଲେ ଦାବିପତ୍ର

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି,ଏମ୍‌ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଏଲ୍‌ଏସ୍‌ପିଙ୍କୁ ଗତ ୬ ମାସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri