ଛାତ୍ରୀଛାତ୍ରଙ୍କୁ ଭେଟିବା ପରେ ବିଧାୟକ ଦେଲେ ପ୍ରତିଶ୍ରୁତି, କହିଲେ କେଏସୟୁବି କଲେଜର ଉନ୍ନତି ପାଇଁ ଖର୍ଚ୍ଚ ହେବ ୧୦୭ କୋଟି

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ର ମାନେ ଇଣ୍ଟର୍ନସିପ ମାଧ୍ୟମରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ତାଲିମ ନେବାକୁ ଯାଇଥିଲେ। ବୁଧବାର ଛାତ୍ରୀଛାତ୍ରମାନେ ଗଣମାଧ୍ୟମ ସଂସ୍ଥାରୁ ଫେରି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି। ଏହି ସମୟରେ ଛାତ୍ରୀଛାତ୍ରମାନେ ତାଲିମ ସମୟର ଅନୁଭୂତି ବାଣ୍ଟିଛନ୍ତି। ଏଥିସହ ବିଧାୟକ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମସ୍ତେ ଭଲ ମଣିଷ ଟିଏ ହୋଇ ସମାଜର ସେବା କରିବାକୁ ଆହ୍ବାନ ଦେଇଛନ୍ତି। ଏହି ସମୟରେ ବିଧାୟକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ଚକରା ବିଷୋୟୀଙ୍କ ସମେତ ଘୁମୁସର ଇତିହାସ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ବୁଝାଇବା ସହ ଘୁମୁସର ଇତିହାସ ଉପରେ ଅଧିକ ଜାଣିବା ପାଇଁ ସେମାନକୁ ପରାମର୍ଶ ଦେଇଛନ୍ତି।

ବିଧାୟକ ଆହୁରି କହିଛନ୍ତି, ଗଞ୍ଜାମ ଜିଲାରେ ବେକାର ସମସ୍ୟା ଏବଂ ଦାଦନ ସମସ୍ୟା ଦୂର ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରାଯାଉଛି । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମୀ ପ୍ରସ୍ତୁତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଜିଲାର ବିକାଶ ପାଇଁ ସତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଗୁଜରାଟର ଏକ ସୂତାକଳ ସଂସ୍ଥା ଗଞ୍ଜାମ ଜିଲାରେ ୭୦୦୦ କୋଟି ଟଙ୍କା ନିବେଶ କରିବ। ଏଥିପାଇଁ ଜିଲାର କେତେକ ସ୍ଥାନରେ ଜମି ଚୟନ ଚାଲିଛି। ସେଥିମଧ୍ୟରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଗେରେଡା ନିକଟରେ ୧୦୦ ଏକର ଜମି ଦେଖା ହୋଇଛି। ଆଗାମୀ ଦିନରେ କାରଖାନା ନିର୍ମାଣ ହେଲେ ଜିଲାରେ ଆଉ ଦାଦନ ଶ୍ରମିକ ସମସ୍ୟା ରହିବ ନାହିଁ। ଏଥିସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏପରିକି ଭଞ୍ଜନଗର ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ସେଥିମଧ୍ୟରୁ କେବଳ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ବିକାଶ ପାଇଁ ୧୦୭ କୋଟି ଟଙ୍କା ଖର୍ଚ୍ଚ କରିବା ଯୋଜନା ରହିଛି। ଏଥିପାଇଁ ଏଷ୍ଟିମେଟ ଚାଲିଛି। ଏତେବଡ କଲେଜର ଚାରିପଟେ ପାଚେରୀ ନାହିଁ। ତେଣୁ ସମ୍ପୂର୍ଣ୍ଣ ପାଚେରୀ ହେବ। ହଷ୍ଟେଲ, ଷ୍ଟାଫ ଘର, ନୂତନ କ୍ଲାସ ରୁମ ନିର୍ମାଣ ହେବ। ଏଥିସହ ଛାତ୍ରୀଛାତ୍ରଙ୍କ ଆବଶ୍ୟକତାକୁ ଦେଖି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରାଯିବ ବୋଲି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଛାତ୍ରୀଛାତ୍ରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

ଭବାନୀପାଟଣା,୨୧।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ...

US Trade Deals: ଆମେରିକା ସହ ଟ୍ରେଡ ଡିଲ ସାଇନ କରିଥିବା ଦେଶକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୧।୪: ଆମେରିକା ସହିତ ବାଣିଜ୍ୟ ଚୁକ୍ତି ବା Trade Deals ସ୍ବାକ୍ଷର କରୁଥିବା ଦେଶଗୁଡ଼ିକୁ ଚାଇନା ଚେତାବନୀ ଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ମଧ୍ୟ...

କାର୍ଯ୍ୟନିର୍ବାହୀ କାର୍ଯ୍ୟରେ ଅତିକ୍ରମଣ ଅଭିଯୋଗ ହେଉଛି: ପଶ୍ଚିମବଙ୍ଗ ଦଙ୍ଗା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବୟାନ

ନୂଆଦିଲ୍ଲୀ,୨୧।୪: ସୋମବାର ସୁପ୍ରିମକୋର୍ଟ ହିଂସାଗ୍ରସ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଥିବା ଏକ ଆବେଦନ ଶୁଣାଣି କରୁଥିବା ବେଳେ ଭାଜପା ନେତାମାନଙ୍କର ଦ୍ୱାରା...

ନବୀନ ନିବାସରୁ ବରିଷ୍ଠଙ୍କୁ ଗଲା ଡାକରା, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୧ା୪: ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ...

ଭଣଜା ପ୍ରେମରେ ପାଗଳ ଥିଲେ ମାଇଁ, ଦୁବଇରୁ ଫେରିଥିବା ସ୍ବାମୀଙ୍କୁ ହତ୍ୟାକରି ସୁଟକେସରେ ଭର୍ତ୍ତି କରି ଫିଙ୍ଗିଦେଲେ

ଲକ୍ଷ୍ନୌ,୨୧।୪: ଉତ୍ତର ପ୍ରଦେଶ ମିରଟର ନୀଳ ଡ୍ରମ ଘଟଣା ସମଗ୍ର ଦେଶ ଦେଖିଥିଲା ଏବଂ ଶୁଣିଥିଲା। ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି...

ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ

ଜଗତସିଂହପୁର,୨୧।୪: ଜଗତସିଂହପୁର ଜିଲା ମେଡିକାଲରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ...

ବାଇକ୍‌କୁ ଧକ୍କା ଦେଲା ସିଡିଏମ୍‌ଓଙ୍କ ଗାଡ଼ି

ମୋହନା,୨୧।୪: ଗଜପତି ଜିଲା ମୋହନା ଥାନା ଦିବ୍ୟାଙ୍ଗ ସ୍କୁଲ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍‌ଓଙ୍କ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image