Categories: ଜାତୀୟ

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶାର ଏକଲବ୍ୟ ସ୍କୁଲ୍‌ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧ା୮:ଓଡ଼ିଶା ସମେତ ୬ ରାଜ୍ୟର ଏକଲବ୍ୟ ମଡେଲ ଆବାସିକ ସ୍କୁଲ୍‌ (ଇଏମ୍‌ଆର୍‌ଏସ୍‌) ଛାତ୍ରୀଛାତ୍ର ମଙ୍ଗଳବାର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍‌ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏନ୍‌ଇଏସ୍‌ଟିଏସ୍‌ ପକ୍ଷରୁ ଏହି ଶିକ୍ଷା ଟୁର୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରୁ ପ୍ରାୟ ୫୦୦ ଇଏମ୍‌ଆର୍‌ଏସ୍‌ ଛାତ୍ରୀଛାତ୍ର ଡ. ଆମ୍ବେଡ୍‌କର ଇଣ୍ଟରନ୍ୟାଶନାଲ ସେଣ୍ଟରରେ ଏକ ସମ୍ମିଳନୀରେ ଭାଗନେବେ। ଶିକ୍ଷା, କ୍ୟାରିୟର ଉପରେ ପିଲାମାନଙ୍କୁ ପରସ୍ପର ମଧ୍ୟରେ ଭାବ, ଅଭିଜ୍ଞତା, ଅନ୍ତର୍ଦୃଷ୍ଟି ବିନିମୟ ଲାଗି ଭାବପୂର୍ଣ୍ଣ ଆଲୋଚନା ନିମନ୍ତେ ପ୍ଲାଟଫର୍ମ ଯୋଗାଇଦେବା ଏହି ସମ୍ମିଳନୀର ଲକ୍ଷ୍ୟ। ଛାତ୍ରୀଛାତ୍ର ବୁଧବାର ପାର୍ଲାମେଣ୍ଟ ଭବନ ଯାଇ ସେଠାର କାର୍ଯ୍ୟ ସମ୍ପର୍କରେ ଅବଗତ ହେବେ।

Share