ଆଡ୍‌ମିଶନ ଫି’ ହ୍ରାସ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ବାରିପଦା ଅଫିସ,୪ା୧୦: ମୟୂରଭଞ୍ଜ ଜିଲା ବାରିପଦା ତକଖତପୁରସ୍ଥିତ ଏମ୍‌ପିସି ଅଟୋନମସ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଶତାଧିକ ଛାତ୍ରୀଛାତ୍ର  ଧାରଣାରେ ବସିଛନ୍ତି। କରୋନା ମହାମାରୀ ସମୟରେ କଲେଜ ପକ୍ଷରୁ ରି ଆଡ଼ମିଶନ ଫି ହ୍ରାସ କରିବା ଦାବିରେ ଶତାଧିକ ଛାତ୍ରୀଛାତ୍ର ଏହି ଧାରଣାରେ ସାମିଲ ହୋଇଛନ୍ତି। ଗେଟ୍‌ରେ ତାଲା ପଡ଼ିଥିବା ଯୋଗୁ କଲେଜ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି। ଆଡ଼ମିଶନ ଫି’କୁ ୬୦% ପ୍ରତିଶତ ଛାଡ଼ କରିବା ପାଇଁ ଛାତ୍ରୀଛାତ୍ର ଦାବି କରିଛନ୍ତି। ତେବେ ଏ ନେଇ ସରକାରଙ୍କୁ ଜଣାଇଲା ପରେ ସ୍ଥାୟୀ ପ୍ରତିକାର କରାଯିବ ବୋଲି ଅଧ୍ୟକ୍ଷା ପଦ୍ମଶ୍ରୀ ଡ. ଦମୟନ୍ତୀ ସିଂ କହିଛନ୍ତି।

Share