
ଦାରିଙ୍ଗବାଡି, ୩୦।୧ (ଅରୁଣ ସାହୁ): ଗୁରୁବାର କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ପ୍ରଥମ ଇଂଲିଶ ମିଡିୟମ ଓଡ଼ିଶା ବ୍ରିଗେଡ ସ୍କୁଲର ପିକନିକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଡୁଲୁରୀ ପାଇନ ବଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷୟିତ୍ରୀଶିକ୍ଷକମାନେ ଯୋଗଦେଇଥିଲେ। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ପ୍ରଧାନ ଶିକ୍ଷକଙ୍କ ସଭା ପରିଚାଳନାରେ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ ସେ ଉପସ୍ଥିତ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ଭୂମିକା ସମ୍ପର୍କରେ କହିଥିଲେ। ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରାପ୍ତ ପାଇଁ ବାପା ଓ ମା’ଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନଙ୍କୁ ଉତ୍ତମ ଶିକ୍ଷା ଦେବାକୁ ନିୟମିତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ସଠିକ୍ ସମୟରେ ପଠାଇବାକୁ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏଥିସହ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଆଦି ଛାତ୍ରୀଛାତ୍ରମାନେ ପରିବେଷଣ କରିଥିଲେ। ବିଭିନ୍ନ କୃତିତ୍ୱ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିକାଶ ଓ ଛାତ୍ରୀଛାତ୍ର ଶିକ୍ଷାର ବିକାଶ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରେ ଦିନେଶ ସାହୁ, ସନ୍ତୋଷ ଦିଗାଲ,ରିଙ୍କୁ ସାହୁ,ସୁଦୀପ୍ତ ପଣ୍ଡା,ଲେୟା ପ୍ରଧାନ,ସେସତୀ ତୁଳ,ଗୀତାଞ୍ଜଳି ପଡ୍ରା,ଦୀପା ବେହେରା, ସୁନିତା ସାହୁ,ପଦ୍ମାବତୀ ପଲିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିେ। ପରିଚାଳନା କମିଟିର ସଭାପତି ବିଜୟ କୁମାର ସାହୁ ଉପସ୍ଥିତ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଉତ୍ସାହିତ କରିଥିଲେ।