ନିରାକାରପୁର,୧୯।୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା କେବିଡିଏଭି କଲେଜରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ୩ ଦଫା ଦାବି ପୂରଣ ନେଇ ଅଞ୍ଚଳର ଜନପ୍ରତିନିଧି ଏବଂ ଛାତ୍ରମାନେ ଅଧ୍ୟକ୍ଷଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦାବି ଗୁଡିକ ହେଲା, କଲେଜ ଅଧ୍ୟକ୍ଷଙ୍କୁ ଅନ୍ୟତ୍ର ବଦଳି, ଆଡମିଶନ ଫି’ କମ୍ କରିବା ଏବଂ ତୁରନ୍ତ କଲେଜ ପଟ୍ଟା ହସ୍ତାନ୍ତର କରିବାକୁ ଦାବି କରାଯାଇଛି। ତୁରନ୍ତ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଛାତ୍ର ଏବଂ ଜନପ୍ରତିନିଧି ଚେତାବନୀ ଦେଇଛନ୍ତି।