ଗ୍ବାଲିୟର,୨୧।୩: ମଧ୍ୟପ୍ରଦେଶରର ଗ୍ବାଲିୟରରେ ଥିବା କୃଷି ମହାବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଅଧା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଅନିୟମିତତା ନେଇ ଶିକ୍ଷାର୍ଥୀମାନେ ଏଭଳି କରିଛନ୍ତି। ରାଜ୍ୟରେ ବ୍ୟାପମ୍ ଦୁର୍ନୀତି ଯୋଗୁ ଫେବୃୟାରୀରେ ମଧ୍ୟପ୍ରଦେଶ ପ୍ରଫେସନାଲ ଏକ୍ସାମିଶନ ବୋର୍ଡ(ପିଇବି) ଦ୍ୱାରା ପରିଚାଳନା କରାଯାଇଥିବା ଏଗ୍ରିକଲଚର ଏକ୍ସଟେନଶନ୍ ଅଫିସର ଏବଂ ଏଗ୍ରିକଲଚର ଡେଭଲପ୍ମେଣ୍ଟ ଅଫିସର ପରୀକ୍ଷାର ପ୍ରାର୍ଥୀ ମାନେ ସରକାରୀ ଆଇନକୁ ପ୍ରତିବାଦ କରିଛନ୍ତି। ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ପରୀକ୍ଷା ବାତିଲ ପରେ ନୂଆ ପରୀକ୍ଷା ଆୟୋଜନ କରାଯିବା ନେଇ ଶିକ୍ଷାର୍ଥୀମାନଙ୍କ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ,୨୦୧୩ରେ ରାଜ୍ୟରେ ୧୩ଟି ଭିନ୍ନ ଭିନ୍ନ ପରୀକ୍ଷାରେ ବ୍ୟାପମ୍ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପାଇଁ ଏକ ଟାସ୍କ୍ ଫୋର୍ସ ଗଠନ କରାଯିବା ସହିତ ୨୦୧୫ ଜୁଲାଇରେ ଏହାର ତଦନ୍ତ ଦାୟତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।