Categories: ଜାତୀୟ

ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ୧୦୦ରୁ ୧୧୫ ନମ୍ବର ରଖିଲେ ଛାତ୍ରୀଛାତ୍ର

ମୁମ୍ବାଇ, ୧୮ା୩: ମୁମ୍ବାଇ ୟୁନିଭର୍ସିଟି (ଏମ୍‌ୟୁ)ର ପଞ୍ଚମ ସେମିଷ୍ଟର ଗଣିତ ପରୀକ୍ଷାରେ ୬ ଜଣ ଛାତ୍ରୀଛାତ୍ର ପୂରା ନମ୍ବରଠାରୁ ଅଧିକ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗଣିତ ପରୀକ୍ଷାରେ ମୋଟ ନମ୍ବର ୧୦୦ ଥିବାବେଳେ ୪ ଜଣ ପିଲା ୧୧୫ ଏବଂ ଦୁଇଜଣ ୧୦୪ ନମ୍ବର ଲେଖାଏ ରଖିଛନ୍ତି। ଗତବର୍ଷ ନଭେମ୍ବରରେ ଉକ୍ତ ବିଶ୍ୱବିଦ୍ୟାଳୟର ବିଏସ୍‌ସି ଗଣିତ ପଞ୍ଚମ ସେମିଷ୍ଟର ପରୀକ୍ଷା ହୋଇଥିଲା, ଯାହାର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା କେତେଜଣ ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତ ଦର୍ଶାଯାଇଥିବା ବେଳେ ଫଳାଫଳରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି। ସେଗୁଡ଼ିକର ସଂଶୋଧନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Share