Categories: ଜାତୀୟ

ଜେଏନ୍‌ୟୁରେ ଛାତ୍ର-ସୁରକ୍ଷା କର୍ମୀ ସଂଘର୍ଷ: ଏବିଭିପି ସଭାପତିଙ୍କ ସମେତ ୧୨ ଆହତ

ନୂଆଦିଲ୍ଲୀ,୨୨।୮:ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ସୋମବାର ବିକ୍ଷୋଭରତ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିବାରୁ ଏବିଭିପି ସଭାପତି ଓ ଜଣେ ଦୃଷ୍ଟିଶକ୍ତି ହରାଇଥିବା ଛାତ୍ରଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ବର୍ଷେ ହେଲା ଛାତ୍ରବୃତ୍ତି ଓ ଫେଲୋଶିପ୍‌ ପାଇ ନ ଥିବାରୁ ତୁରନ୍ତ ତାହା ପୈଠ କରାଯିବାକୁ ଦାବି କରି ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେମାନେ ପ୍ରଶାସନିକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ବିକ୍ଷୋଭକାରୀ ଛାତ୍ରୀଙ୍କୁ ମାଡ଼ ମାରିବା ଲାଗି ପ୍ରଶାସନ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିବା ଏବିଭିପି ସଭାପତି ରୋହିତ କୁମାର ଅଭିଯୋଗ କରିଛନ୍ତି।

Share