ହଷ୍ଟେଲ ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଛାତ୍ର

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ସ୍ଥିତ ଧରଣୀଧର ସୟଂଶାସିତ ବିଦ୍ୟାଳୟର ଫକୀର ମୋହନ ଛାତ୍ରବାସର ଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଏଥିସହ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରବାସରେ ଝରକା ସବୁ ଭାଙ୍ଗି ଯାଇଥିବାରୁ ଶୀତ ଦିନରେ ପିଲାମାନେ ବହୁ ଅସୁବିଧାରେ ରହୁଛନ୍ତି। କେବଳ ସେତିକି ନୁହେଁ, ବର୍ଷା ଦିନରେ ରୁମରେ ପାଣି ପଶୁୁଛି। ପାଇଖାନା ଓ ଗାଧୁଆ ଘରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ତେବେ ଯେପର୍ଯ୍ୟନ୍ତ ଏହି ସବୁ ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳେ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରମାନେ କହିଛନ୍ତି। ଏପରିକି ନିମ୍ନମାନର କାମ ହୋଇଥିବାରୁ କମ୍‌ ଦିନରେ ଭାଙ୍ଗି ଯାଉଥିବା ବେଳେ ମଇଳା ପାଣି ରାସ୍ତାରେ ଜମା ହେଉଛି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ବୋଲି ଛାତ୍ରମାନେ କହିଛନ୍ତି।

Share